ମୁମ୍ବାଇ: ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି । ଭାରତର ପ୍ରଥମ ଇଂନିସ ୩୨୫ରେ ଶେଷ ହେବାପରେ ଜବାବରେ ମାତ୍ର ୬୨ ରନ୍ରେ ନ୍ୟୁଜିଲାଣ୍ଡ ଅଲଆଉଟ୍ ହୋଇଛି । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଭ୍ରମଣକାରୀ ଟିମର କୌଣସି ଖେଳାଳି ତିଷ୍ଠି ପାରିନାହାନ୍ତି । ଫଳରେ ଭାରତକୁ ୨୬୩ ରନ୍ର ପ୍ରଥମ ଇଂନିସ ଅଗ୍ରଣୀ ମିଳିଛି ।
ଭାରତ ପକ୍ଷରୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସର୍ବାଧିକ ୪ଟି ଓ ଦ୍ରୁତ ବୋଲର ମହମ୍ମଦ ସିରାଜ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରି କିୱି ଟିମର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଅକ୍ଷର ପଟେଲ ୨ଟି ଓ ଜୟନ୍ତ ଯାଦବଙ୍କୁ ଗୋଟିଏ ସଫଳତା ମିଳିଛି ।
ନ୍ୟୁଜିଲାଣ୍ଡ ପକ୍ଷରୁ ୯ଜଣ ଖେଳାଳି ଦୁଇଅଙ୍କ ସ୍କୋର ପାର୍ କରିପାରିନାହାନ୍ତି । କେଏଲ ଜେମିଏସନ ସର୍ବାଧିକ ୧୭ ଟମ ଲାଥମ ୧୦ ରନ୍ କରିପାରିଛନ୍ତି । ୱିଲ ୟଙ୍କ୍ ୪, ଡାରେଲ ମିଚେଲ ୮, ଭେଟେରାନ ରସ ଟେଲର ୧, ହେନେରୀ ନିକୋଲସ ୭ ଓ ଟମ ବ୍ଳଣ୍ଡେଲ ୮ ରନ୍ କରି ପାଭିଲିୟନ ଫେରିଥିଲେ ।
ମାତ୍ର ୨୮.୧ ଓଭରରେ ଭାରତୀୟ ବୋଲରଙ୍କ ସାମ୍ନାରେ ସଂପୂର୍ଣ୍ଣ ନ୍ୟୁଜିଲାଣ୍ଡ ଟିମ ୬୨ ରନ୍ରେ ଆତ୍ମସମର୍ପଣ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ