ETV Bharat / sports

ଅଶ୍ବିନ, ରୁଟ୍‌, ଜେମିଏସନ, କରୁଣାରତ୍ନେ ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ କ୍ରିକେଟର ମନୋନୀତ

କ୍ରିକେଟର ଲମ୍ବା ଫର୍ମାଟରେ ଭାରତର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍‌ ବିଜେତା ରବିଚନ୍ଦ୍ରନ ଅଶ୍ବିନ ବର୍ଷ ୨୦୨୧ରେ ପ୍ରଭାବୀ ପ୍ରଦର୍ଶନ ସହ ଶ୍ରେଷ୍ଠ ସ୍ପିନର ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ବଲ୍‌ରେ କମାଲ କରିବା ସହ ବ୍ୟାଟ୍‌ରେ ମଧ୍ୟ ଅଶ୍ବିନଙ୍କ ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି । ଅଧିକ ପଢନ୍ତୁ

Ashwin, Root, Jamieson, Karunaratne nominated for ICC Men's Test Player of the Year 2021
ଅଶ୍ବିନ, ରୁଟ୍‌, ଜେମିଏସନ, କରୁଣାରତ୍ନେ ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ କ୍ରିକେଟର ମନୋନୀତ
author img

By

Published : Dec 28, 2021, 6:25 PM IST

ଦୁବାଇ: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ , ନ୍ୟୁଜିଲାଣ୍ଡର ଅଲ୍‌-ରାଉଣ୍ଡର କେଏଲ ଜେମିଏସନ ଓ ଶ୍ରୀଲଙ୍କାର ଟେଷ୍ଟ କ୍ୟାପଟେନ ଦିମୁଖ କରୁଣାରତ୍ନେ ବର୍ଷ ୨୦୨୧ର ICC ପୁରୁଷ ଟେଷ୍ଟ ଖେଳାଳି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ ଭାରତର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍‌ ବିଜେତା ରବିଚନ୍ଦ୍ରନ ଅଶ୍ବିନ ବର୍ଷ ୨୦୨୧ରେ ପ୍ରଭାବୀ ପ୍ରଦର୍ଶନ ସହ ଶ୍ରେଷ୍ଠ ସ୍ପିନର ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ବଲ୍‌ରେ କମାଲ କରିବା ସହ ବ୍ୟାଟ୍‌ରେ ମଧ୍ୟ ଅଶ୍ବିନ ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି ।

  • Know more about the nominations for the ICC Men’s Test Cricketer of the Year 2021 award 👇

    — ICC (@ICC) December 28, 2021 " class="align-text-top noRightClick twitterSection" data=" ">

ଭାରତୀୟ ସ୍ପିନର ବିଦାୟୀ ବର୍ଷ ୨୦୨୧ରେ ଖେଳିଥିବା ୮ଟି ଟେଷ୍ଟରୁ ୧୬.୨୩ ଆଭରେଜରେ ୫୨ଟି ୱିକେଟ ହାସଲ କରିଛନ୍ତି । ସେହିପରି ଗୋଟିଏ ଶତକୀୟ ଇଂନିସ ସହ ୨୮.୦୮ ଆଭରେଜରେ ୩୩୭ ରନ୍‌ ମଧ୍ୟ ସଂଗ୍ରହ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଇଂଲଣ୍ଡର ଆସେସ ଆତ୍ମସମର୍ପଣରେ ପୂର୍ବତନ କ୍ୟାପଟେନ ଲଜ୍ଜିତ

ଇଂଲଣ୍ଡ ଟେଷ୍ଟ କ୍ୟାପଟେନ ଜୋ ରୁଟ୍‌ ବର୍ଷ ୨୦୨୧ରେ ଏଯାବତ ଖେଳିଥିବା ୧୫ଟି ଟେଷ୍ଟରୁ ୬ଟି ଶତକ ସହ ୧,୭୦୮ ରନ୍‌ ସଂଗ୍ରହ କରିଛନ୍ତି ଓ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧,୭୦୦ରୁ ଅଧିକ ରନଂ ସଂଗ୍ରହ କରିବାରେ ତୃତୀୟ ଖେଳାଳି ଭାବେ ରେକର୍ଡ କରିଛନ୍ତି ରୁଟ୍‌ ।

ଏହାପୂର୍ବରୁ ମହମ୍ମଦ ୟୁସୁଫ ଓ ସାର୍‌ ଭିଭିନ ରିଚାର୍ଡସ, ରୁଟ୍‌ଙ୍କ ଆଘରେ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Centurion Test: 327 ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ

ନ୍ୟୁଜିଲାଣ୍ଡର କେଏଲ ଜେମିଏସନ ୫ଟି ମ୍ୟାଚ୍‌ରୁ ୧୭.୫୧ ଆଭରେଜରେ ୨୭ ୱିକେଟ ହାତେଇଛନ୍ତି । କିୱି ବୋଲିଂ ଆକ୍ରମଣର ଆଉ ଏକ ଶକ୍ତି ବୃଦ୍ଧି ସହ ବିଶ୍ବକ୍ରିକେଟର ଉଦୀୟମାନ ଦ୍ରୁତ ବୋଲର ଭାବେ ଉଭା ହୋଇଛନ୍ତି ।

ଭାରତକୁ ଫାଇନାଲରେ ହରାଇ ନ୍ୟୁଜିଲାଣ୍ଡ ICC ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ବିଜେତା ହେବାରେ ଜେମିଏସନଙ୍କ ପ୍ରମୁଖ ଭୂମିକା ରହିଥିଲା ।

ସେହିପରି ପୁରସ୍କାର ପାଇଁ ଶେଷ ମନୋନୀତ ଖେଳାଳି ହେଉଛନ୍ତି ଶ୍ରୀଲଙ୍କାର ଟେଷ୍ଟ କ୍ୟାପଟେନ ଦିମୁଥ କରୁଣାରତ୍ନେ । ୭ଟି ମ୍ୟାଚ୍‌ରୁ ୬୯.୩୮ ଆଭରେଜରେ ୪ଟି ଶତକୀୟ ଇଂନିସ ସହିତ ୯୦୨ ରନ୍‌ ସଂଗ୍ରହ କରିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.