ETV Bharat / sports

ଡିସେମ୍ବରରେ ଖେଳାଯିବ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଆସେସ୍‌ ସିରିଜ୍‌ ! - ଅଷ୍ଟ୍ରେଲିଆ ଗସ୍ତ କରିବ ଇଂଲଣ୍ଡ

ଅଷ୍ଟ୍ରେଲିଆ ସହ ଆସେସ ସିରିଜ ଖେଳିବାକୁ ରାଜି ହୋଇଛି ଇଂଲଣ୍ଡ । ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢ଼ନ୍ତୁ...

ଡିସେମ୍ବରରେ ଖେଳାଯିବ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଆସେସ୍‌ ସିରିଜ୍‌ !

author img

By

Published : Oct 6, 2021, 10:29 PM IST

ଲଣ୍ଡନ: ଅଷ୍ଟ୍ରେଲିଆ ସହ ଆସେସ ସିରିଜ ଖେଳିବାକୁ ରାଜି ହୋଇଛି ଇଂଲଣ୍ଡ । ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ତେବେ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଏହାକୁ ନେଇ କୌଣସି ଆନୁ୍ଷ୍ଠାନିକ ଭାବରେ ଘୋଷଣା କରାଯାଇନାହିଁ । ଟି-୨୦ ବିଶ୍ବକପ୍‌ ପରେ ଆସେସ୍‌ ସିରିଜ୍‌ ପାଇଁ ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆ ଗସ୍ତ କରିପାରେ ବୋଲି ଲଣ୍ଡନର ଏକ ଜଣାଶୁଣା ଖବର କାଗଜ ପ୍ରକାଶ କରିଛି ।

ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳର ପ୍ରତିନିଧି ଆସେସ୍‌ ସିରିଜ୍‌କୁ ଆଲୋଚନା କରିଛନ୍ତି । ଏହାସହ ଦୁଇ ଦେଶର ସରକାର ମଧ୍ୟ ଏହି ଐତିହାସିକ ସିରିଜ୍‌କୁ ନେଇ ଆଲଚନା କରିଥିବା କଥା କୁହାଯାଉଛି । ଅଷ୍ଟ୍ରେଲିଆରେ ଥିବା କଡ଼ା କୋଭିଡ କଟକଣାକୁ ନେଇ ଇଂଲଣ୍ଡ ଖେଳାଳିମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ତେବେ ସିରିଜ୍‌କୁ ନେଇ ଦୁଇ ଦେଶ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି ।

ଅଧିନାୟକ ଜୋ ରୁଟ୍‌ଙ୍କ ନେତୃତ୍ବରେ ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ । ଅଧିକ ସମୟ ଧରି ପରିବାରଠାରୁ ଦୂରରେ ରହିବାକୁ ନେଇ ଇଂଲଣ୍ଡ ଖେଳାଳିମାନେ ଆସେସ ସିରିଜ୍‌ ଖେଳିବାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ତେବେ କେବଳ ଜୋଶ ବଟଲରଙ୍କୁ ଛାଡ଼ିଦେଲେ ଆଉ ସମସ୍ତ ଖେଳାଳି ଅଷ୍ଟ୍ରେଲିଆ ଗସ୍ତ କରିବା ନେଇ ସୂଚନା ମିଳିଛି ।

ସେପଟେ କ୍ରିକେଟରୁ ବ୍ରେକ୍‌ ନେଇଥିବା ବେନ୍‌ ଷ୍ଟୋକ୍‌ସ୍‌ ଓ ଆହତ ଜନିତ ସମସ୍ୟା ଯୋଗୁଁ ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ଅଷ୍ଟ୍ରେଲିଆ ଗସ୍ତ କରିବେ ନାହିଁ । ଏହାପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ପ୍ରମୁଖ ଖେଳାଳି ରାଜି ହେଲେ ହିଁ ଆସେସ୍‌ ସିରିଜ୍‌ ପାଇଁ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ । ଚଳିତ ସପ୍ତାହ ଶେଷ ବେଳକୁ ଆସେସ୍‌କୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କହିଥିଲା ଇଂଲଣ୍ଡ କ୍ରିକେଟ ବୋର୍ଡ । ତେବେ ଏହି ସିରିଜ୍‌ ଡିସେମ୍ବର ୮ ତାରିଖରୁ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.