ETV Bharat / sports

Ashes ୩ୟ ଟେଷ୍ଟରେ ଅଡୁଆରେ ଇଂଲଣ୍ଡ: ବ୍ୟାଟିଂ ବିଫଳତା, କ୍ୟାମ୍ପ୍‌ରେ କୋରୋନା - ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ମେଲବର୍ଣ୍ଣ ଟେଷ୍ଟ

ପ୍ରଥମ ଦୁଇଟି ଟେଷ୍ଟରେ ପରାସ୍ତ ହୋଇସାରିଥିବା ଭ୍ରମଣକାରୀ ଇଂଲଣ୍ଡ ତୃତୀୟ ଟେଷ୍ଟରେ ମଧ୍ୟ ପରାଜୟ ଦ୍ବାରରେ ରହିଛି । ଅନ୍ୟପଟେ ଇଂଲିସ କ୍ୟାମ୍ପ୍‌ରେ COVID-19ର ଏଣ୍ଟ୍ରୀ ମଧ୍ୟ ଟିମର ଚିନ୍ତା ବଢାଇଛି । ଦୁଇଜଣ ସପୋର୍ଟ ଷ୍ଟାଫ ଓ ତାଙ୍କର ପରିବାର ସଦସ୍ୟଙ୍କ COVID-19 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Ashes: England in big trouble in 3rd test amid virus scare
Ashes: ୩ୟ ଟେଷ୍ଟରେ ଅଡୁଆରେ ଇଂଲଣ୍ଡ, ବ୍ୟାଟିଂ ବିଫଳତା ଓ କ୍ୟାମ୍ପ୍‌ରେ କୋରୋନା
author img

By

Published : Dec 27, 2021, 5:17 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଆସେସ(Ashes) ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(MCG)ରେ ଖେଳାଯାଉଛି । ପ୍ରଥମ ଦୁଇଟି ଟେଷ୍ଟରେ ପରାସ୍ତ ହୋଇସାରିଥିବା ଭ୍ରମଣକାରୀ ଇଂଲଣ୍ଡ ତୃତୀୟ ଟେଷ୍ଟରେ ମଧ୍ୟ ପରାଜୟ ଦ୍ବାରରେ ରହିଛି । ଅନ୍ୟପଟେ ଇଂଲିସ କ୍ୟାମ୍ପ୍‌ରେ COVID-19ର ଏଣ୍ଟ୍ରୀ ମଧ୍ୟ ଟିମର ଚିନ୍ତା ବଢାଇଛି । ଦୁଇଜଣ ସପୋର୍ଟ ଷ୍ଟାଫ ଓ ତାଙ୍କର ପରିବାର ସଦସ୍ୟଙ୍କ COVID-19 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: SA vs Ind: ସେଞ୍ଚୁରିଆନ ଟେଷ୍ଟରେ ବର୍ଷା ବାଧକ, ଦ୍ବିତୀୟ ଦିନ ଖେଳ ଆରମ୍ଭରେ ବିଳମ୍ବ

ବକ୍ସିଂ ଡେ ଟେଷ୍ଟର ଦ୍ବିତୀୟ ଦିନ ଖେଳ ସୁଦ୍ଧା ଇଂଲଣ୍ଡର ଦ୍ବିତୀୟ ଇଂନିସ ସ୍କୋର ୩୧-୪ ରହିଛି ଓ ଘରୋଇ ଟିମର ପ୍ରଥମ ଇଂନିସ ସ୍କୋର ଠାରୁ ୫୧ ରନ୍‌ ପଛରେ ରହିଛି । ଜୋ ରୁଟ୍‌ ୧୨ ଓ ବେନ ଷ୍ଟୋକ୍ସ ୨ ରନ୍‌ରେ ଅପରାଜିତ ଅଛନ୍ତି । କଙ୍ଗାରୁ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଇଂଲଣ୍ଡର ବ୍ୟାଟିଂ ପୁଣି ଧରାଶାୟୀ ହୋଇଛି ।

ଦୁଇ ଓପନର ହସିବ ହମିଦ ୭ ଓ ଜାକ୍‌ କ୍ରାୱଲେ ୫ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଷ୍ଟାର ବ୍ୟାଟର ଡେଭିଡ ମଲାନ ଓ ଜାକ ଲିଚ୍‌ ଖାତା ଖୋଲିବା ପୂର୍ବରୁ ପାଭିଲିଅନ ଫେରିସାରିଛନ୍ତି । ଏପରି ସ୍ଥିତିରେ କ୍ୟାପଟେନ ରୁଟ୍‌ଙ୍କ ପ୍ରଦର୍ଶନ ଉପରେ ଟିମର ବିଜୟ ଓ ପରାଜୟ ନିର୍ଭର କରୁଛି । ପ୍ରଥମ ଇଂନିସରେ ଇଂଲଣ୍ଡ ମାତ୍ର ୧୮୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା ।

ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୨୬୭ ରନ୍‌ରେ ଅଲଆଉଟ୍‌ ହୋଇଛି ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୧୮୫ ଅଲଆଉଟ୍‌ ଓ ୩୧/୪(ଜୋ ରୁଟ୍‌ ୯*, ହସିବ ହମିଦ ୭; ସ୍କଟ୍‌ ବୋଲାଣ୍ଡ ୨-୧); ଅଷ୍ଟ୍ରେଲିଆ ୨୭୬ ଅଲଆଉଟ୍‌(ମାର୍କ୍ସ ହାରିସ ୭୬, ଡେଭିଡ ୱାର୍ଣ୍ଣର ୩୮; ଜେମ୍ସ ଆଣ୍ଡରସନ ୪-୩୩) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.