ମୁମ୍ବାଇ: ବିଶ୍ବ ଟେଷ୍ଟ ଚାମ୍ପିୟନଶିପର ପ୍ରସ୍ତୁତି ପାଇଁ ମିଳିଥିବା ସୀମିତ ସମୟ ନେଇ ଚିନ୍ତିତ ନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ସେ ବିଶ୍ବାସ କରନ୍ତି ଯେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ସିରିଜର ପୂର୍ବ ଅନୁଭୂତିରୁ ତାଙ୍କୁ ଖେଳ ବୁଝିବାକୁ ସହାୟକ ହେବ ।
ଜୁନ 18 ରୁ ସାଉଥମ୍ପଟନରେ ଭାରତ ନ୍ୟୁଜିଲ୍ୟାଣ୍ଡ ସହ ଖେଳିବ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ଖେଳୁଥିବା ବେଳେ ଭାରତ ସେଠାରେ ପହଁଞ୍ଚିବା ପରେ କ୍ବାରେଣ୍ଟାଇନରେ ରହିବ । ଯେଉଁଥିରେ ସାମିଲ ରହିଛି ତିନିଦିନିଆଁ ହୋଟେଲ କ୍ବାରେଣ୍ଟାଇନ । ‘‘ଗସ୍ତ ପୂର୍ବରୁ ହେଉଥିବା ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି ଯେ, ଦେଖନ୍ତୁ ଅତୀତରେ ଆମେ ଏକ ସଠିକ୍ କାର୍ଯ୍ୟସୂଚୀରେ ତିନି ଦିନ ପୂର୍ବରୁ ପହଞ୍ଚି ମ୍ୟାଚ ଖେଳିଛୁ, ପ୍ରତିଦ୍ବନ୍ଦ୍ବିତା କରିଛୁ । ତେଣୁ ଏହା କେବଳ ଆମ ମସ୍ତିସ୍କରେ ରହିଛି ।’’
ଏହା ଏକ ମାନସିକତା ବୋଲି ମଧ୍ୟ ବିରାଟ କହିଥିଲେ। ସେ କହିଛନ୍ତି ଯେ, ‘‘ଆମ ପାଇଁ ଇଂଲଣ୍ଡରେ ଖେଳିବା ଏହା ପ୍ରଥମ ଥର ନୁହେଁ, ଅବସ୍ଥା କ’ଣ ତାହା ଆମେ ସମସ୍ତେ ଜାଣୁ । ‘‘ଯଦି ଆପଣ ପରିସ୍ଥିତି ନେଇ ଅଭ୍ୟସ୍ତ, ଯଦି ଆପଣ ମନର ସଠିକ୍ ଫ୍ରେମ୍ ନେଇ ପଡ଼ିଆକୁ ପ୍ରବେଶ କରନ୍ତି ନାହିଁ, ତେବେ ଆପଣ ପ୍ରଥମ ବଲକୁ ମଧ୍ୟ ସାମ୍ନା କରି ପାରିବେ ନାହିଁ କିମ୍ବା ୱିକେଟ୍ ନେବା ବି କଷ୍ଟକର ହେବ ହୋଲି କହିଛନ୍ତି କୋହଲି ।
କୋହଲିଙ୍କ ଅନୁଯାୟୀ, କେବଳ ଚାରିଟି ପ୍ରାକ୍ଟିସ ସେସନ ପାଇଲେ ମଧ୍ୟ ତାଙ୍କ ଦଳରେ କୌଣସି ସମସ୍ୟା ରହିବ ନାହିଁ । ‘‘କେବଳ ଚାରିଟି ପ୍ରାକ୍ଟିସ ସେସନ ପାଇଲେ ମଧ୍ୟ ଆମର କୌଣସି ସମସ୍ୟା ନାହିଁ, କାରଣ ଆମେ ଏକ ଦଳ ଭାବରେ କଣ କରିବୁ ତାହା ଆମେ ଜାଣୁ ଏବଂ ଆମେ ସମସ୍ତେ ଇଂଲଣ୍ଡରେ ଖେଳିଛୁ।
କୋହଲି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ବିଷୟରେ ହେଡ କୋଚ ରବି ଶାସ୍ତ୍ରୀଙ୍କ ଭାବନା ଅନେକ ଗୁରୁତ୍ବ ରଖେ କହିଛନ୍ତି କୋହଲି ।
ଟେଷ୍ଟ କ୍ରିକେଟ୍ ଖେଳିବା ଆମ ପାଇଁ ଗର୍ବର କଥା, ଏବଂ ଏକ ଟିମ୍ ଭାବେ ଆମେ ଯେଉଁଭଳି ଭାବେ ଆଗକୁ ବଢ଼ିଛୁ ତାହା ସୂଚାଇ ଦେଉଛି ଯେ ଚେଷ୍ଟ କ୍ରିକେଟ ଆମ ପାଇଁ କଣ ବୋଲି କହିଲେ ବିରାଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ