ETV Bharat / sports

IND vs NZ: ଭାରତ ବିପକ୍ଷରେ ଏଜାଜଙ୍କ ବିରଳ ରେକର୍ଡ - ଏଜାଜ ପଟେଲଙ୍କ ଭାରତ ବିପକ୍ଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଟେଷ୍ଟ କ୍ରିକେଟ ଇତିହାସରେ ଭାରତ ବିପକ୍ଷରେ ସର୍ବଶ୍ରେଷ୍ଠ ବୋଲିଂ (best bowling) ପ୍ରଦର୍ଶନ କରିଥିବା ବୋଲର ହେବାର ରେକର୍ଡ(records) କରିଛନ୍ତି ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ । ଅଧିକ ପଢନ୍ତୁ

Ajaz Patel records best bowling figures against India in Test
IND vs NZ: ଭାରତ ବିପକ୍ଷରେ ଏଜାଜଙ୍କ ବିରଳ ରେକର୍ଡ
author img

By

Published : Dec 5, 2021, 6:06 PM IST

ମୁମ୍ବାଇ: ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲଙ୍କ ଆଉ ଏକ ବିରଳ ରେକର୍ଡ । ଟେଷ୍ଟ କ୍ରିକେଟ ଇତିହାସରେ ଭାରତ ବିପକ୍ଷରେ ସର୍ବଶ୍ରେଷ୍ଠ ବୋଲିଂ(best bowling figures) ପ୍ରଦର୍ଶନ କରିଥିବା ବୋଲର ହେବାର ରେକର୍ଡ ନିଜ ନାମରେ କରିଛନ୍ତି ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଚଳିତ ଦ୍ବିତୀୟ ଟେଷ୍ଟରେ କିୱି ସ୍ପିନର ଏହି ବିରଳ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି । ୨୨୫ ରନ୍‌ ବ୍ୟୟରେ ମୁମ୍ବାଇ ଟେଷ୍ଟରେ ୧୪ଟି ୱିକେଟ ହାସଲ କରିଛନ୍ତି ଏଜାଜ ପଟେଲ ।

ପ୍ରଥମ ଇଂନିସରେ ସେ ଟେଷ୍ଟ କ୍ରିକେଟ ଇତିହାସରେ ଗୋଟିଏ ଟେଷ୍ଟ ଇଂନିସରେ ସମସ୍ତ ୧୦ ୱିକେଟ ହାସଲ କରିବାରେ ବିଶ୍ବର ତୃତୀୟ ବୋଲର ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: Mumbai Test: ନ୍ୟୁଜିଲାଣ୍ଡ ସାମ୍ନାରେ ୫୪୦ ରନ୍ ଟାର୍ଗେଟ

ମୁମ୍ବାଇ ଟେଷ୍ଟରେ ଭାରତ ବିଜୟ ଦ୍ବାରଦେଶରେ ରହିଛି । ଦ୍ବିତୀୟ ଇଂନିସ ୨୬୭/୭ରେ ଘୋଷଣା କରିବାସହ ନ୍ୟୁଜିଲାଣ୍ଡ ସାମ୍ନାରେ ୫୪୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ରହିଛି । ତୃତୀୟ ଦିନରେ ଶୀର୍ଷକ୍ରମର ୫ଟି ୱିକେଟ ହରାଇ ପରାଜୟ ଏଡାଇବାକୁ ସଂଘର୍ଷ କରୁଛି ଭ୍ରମଣକାରୀ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.