ETV Bharat / sports

Mens Emerging Asia Cup: ଆଜି ଭାରତ ଏ-ପାକିସ୍ତାନ-ଏ ମହାମୁକାବିଲା, ଭାରତ ପଲ୍ଲା ଭାରି

author img

By

Published : Jul 19, 2023, 10:12 AM IST

ଏସିସି ପୁରୁଷ ଏମର୍ଜିଂ ଏସିଆ କପରେ ଆଜି ଭାରତ ତାର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭେଟିବ । ଭାରତ-ଏ ର ଏମର୍ଜିଂ କିକ୍ରେଟରେ ବିଜୟଧାରା ଜାରି ରହିଛି । ଅଧିକ ପଢ଼ନ୍ତୁ

Mens Emerging Asia Cup
ଭାରତ ଏ-ପାକିସ୍ତାନ-ଏ

କୋଲମ୍ବୋ: କ୍ରିକେଟ ପ୍ରେମୀଙ୍କୁ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଏସିଆ କପ ଓ କ୍ରିକେଟ ବିଶ୍ବକପ ପୂର୍ବରୁ ଆଜି ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ । ଏସିସି ଏମର୍ଜିଂ ଏସିଆ କପରେ ଆଜି ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି । ଅପରାହ୍ନ 2ଟାରୁ ଆରମ୍ଭ ହେବ ମୁକାବିଲା । ୟଶ ଧୂଲଙ୍କ ନେତୃତ୍ବରେ ପାକ୍ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଭାରତ-ଏ । ଗ୍ରୁପ-ବିରେ ଥିବା ଏହି ଦୁଇ ଦଳ ଆଜି ପରସ୍ପରକୁ ଭେଟିବେ । ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଭାରତ-ଏ ।

ଭାରତ-ଏ ତାର ପ୍ରଥମ ମ୍ୟାଚ ୟୁଏଇ ବିପକ୍ଷରେ ଖେଳିଥିଲା । ଏଥିରେ 8 ୱିକେଟରେ ବିଜୟ ହାସଲ କରିଥିଲା । ଅଧିନାୟକ ୟଶ ଧୂଳ ଦମଦାର ବ୍ୟାଟିଂ କରି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ସେହିପରି ଦ୍ବିତୀୟ ମ୍ୟାଚରେ ନେପାଳ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା ଭାରତ । ଅଭିଷେକ ଶର୍ମା ଓ ସାଇ ସୁଦର୍ଶନଙ୍କ ଦମଦାର ଇନିଂସ ବଳରେ ଭାରତ 9 ୱିକେଟରେ ବିଜୟୀ ହୋଇଥିଲା । ତୃତୀୟ ଲିଗ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।

ଗତ 5 ମ୍ୟାଚର ରେକର୍ଡ: ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ଖେଳାଯାଇଥିବା ଶେଷ 5ଟି ମ୍ୟାଚର ରେକର୍ଡ ଆଧାରରେ ଭାରତ ପଲ୍ଲା ଭାରି ରହିଛି । ଦୁଇ ଦଳ ମଧ୍ୟରେ ଶେଷ ମୁକାବିଲା 7 ବର୍ଷ ପୂର୍ବେ ଖେଳାଯାଇଥିଲା । ଯେଉଁଥିଲେ ଭାରତ-ଏ ପାକିସ୍ତାନ-ଏକୁ 130 ରନରେ ପରାସ୍ତ କରିଥିଲା । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚରେ ଭାରତ 5ଟି ମ୍ୟାଚ ଜିତିଥିବା ବେଳେ ପାକିସ୍ତାନ 1ଟି ମ୍ୟାଚ ଜିତିଥିଲା ।

ଏହା ବି ପଢନ୍ତୁ...Mens Emerging Asia Cup: ଭାରତ 'ଏ'ର ବିଜୟଧାରା ଜାରି, 9 ୱିକେଟରେ ହାରିଲା ନେପାଳ

ଏହା ବି ପଢନ୍ତୁ...ଅନ୍ୟ ଖେଳରେ ଯଦି ଦୁଇ ଦେଶର ଖେଳାଳୀମାନେ ମିଶି ପାରୁଛନ୍ତି, ତେବେ କ୍ରିକେଟ୍‌ରେ କାହିଁକି ନୁହେଁ: ମିସ୍‌ବା

ଭାରତୀୟ ସମ୍ଭାବ୍ୟ ଏକାଦଶ: ସାଇ ସୁଦର୍ଶନ, ଅଭିଷେକ ଶର୍ମା, ନିକିନ ଜୋସ, ୟଶ ଧୂଳ, ରିୟାନ ପରାଗ, ନିଶାନ୍ତ ସିନ୍ଧୁ, ଧ୍ରୁପ ଜୁରେଲ, ମାନବ ସୁତାର, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ରାଜବର୍ଦ୍ଧନ ହାଙ୍ଗରାଜକର ।

ପାକିସ୍ତାନ ସମ୍ଭାବ୍ୟ ଏକାଦଶ: ସଇମ ଆୟୁବ, ସହିବଜାଦା ଫରହାନ, ଓମେର ୟୁସୁଫ, କାମରାନ ଗୁମାଲ, ମୋହମ୍ମଦ ହାରିସ, ତୈୟାବ ତାହିର, କାସିମ ଅକରମ, ମୋହମ୍ମଦ ବସିମ ଜୁନିୟର, ସୁଫିୟାନା ମୁକିମ, ଅମାଦ ବଟ, ମୁବାରିସ ଖାନ ।

ପ୍ରକାଶଥାଉ କି, ଏସିସି ପୁରୁଷ ଏମର୍ଜିଂ ଏସିଆ କପରେ ୟଶ ଧୂଳଙ୍କ ନେତୃତ୍ବରେ ଭାରତ-ଏ ଏଯାବତ ଭଲ ପ୍ରଦର୍ଶନ ଜାରି ରଖିଛି । ପ୍ରଥମ ମ୍ୟାଚରେ ୟୁଏଇକୁ 8 ୱିକେଟରେ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚରେ ନେପାଳକୁ 9 ୱିକେଟରେ ପରାସ୍ତ କରି ବିଜୟଧାରା ଜାରି ରଖିଛି ଭାରତ-ଏ । ଆଜି ପାକିସ୍ତାନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ବାଂଲାଦେଶ ଓ ଶ୍ରୀଲଙ୍କା ସେମାନଙ୍କ ଅନ୍ତିମ ଗ୍ରୁପ ମ୍ୟାଚରେ ଏମର୍ଜିଂ ଏସିଆ କପ ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.