ETV Bharat / sports

Asia Cup 2023 Super-4: ଏଥର ବର୍ଷା ଧୋଇପାରିବନି ମ୍ୟାଚ୍‌, ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେ ରଖିଲା ଏସିସି

author img

By ETV Bharat Odisha Team

Published : Sep 9, 2023, 7:31 AM IST

ଏସିଆ କପ୍‌ ୨୦୨୩ରେ ପୁଣିଥରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ସୁପର-୪ ପର୍ଯ୍ୟାୟରେ ଆସନ୍ତା ରବିବାର ପୁଣିଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଏଥିପାଇଁ ଏକ ରିଜର୍ଭ ଡେ ରଖିଛି ଏସିସି । ଅଧିକ ପଢ଼ନ୍ତୁ

Asia Cup 2023 Super-4
Asia Cup 2023 Super-4

କଲମ୍ବୋ: ଏସିଆ କପ୍‌ ୨୦୨୩ରେ ପୁଣିଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ସୁପର-୪ ପର୍ଯ୍ୟାୟରେ ଆସନ୍ତା ରବିବାର ପୁଣିଥରେ ଗରମ ହେବ ମୈଦାନ । ହେଲେ ଏଥର ଆଉଥରେ ଧୋଇଯିବନି ଭାରତ-ପାକ୍‌ ଲଢ଼େଇ । ରବିବାର ଯଦି ପୁଣି ବର୍ଷା ହୁଏ, ତାହେଲେ ସେଥିପାଇଁ ସ୍ବତନ୍ତ୍ର ବିକଳ୍ପ ବ୍ୟବସ୍ଥା କରିଛି ଏସୀୟ କ୍ରିକେଟ ପରିଷଦ (ଏସିସି) । ବର୍ଷା ଯୋଗୁଁ ଦୁଇ ଦଳ ମଧ୍ୟରେ ବହୁ ପ୍ରତିକ୍ଷୀତ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ ବାତିଲ ହେବାପରେ କ୍ରିକେଟ ପ୍ରେମୀ ନିରାଶ ହୋଇଥିଲେ । ତେଣୁ ଏଥର ନୂଆ ଯୋଜନା କରିଛି ଏସିସି ।

ଆସନ୍ତା ୧୦ ତାରିଖ (ରବିବାର) ପାକିସ୍ତାନ ଓ ଭାରତ ମଧ୍ୟରେ ହେବ ମହାମୁକାବିଲା । ଏସିଆ କପ୍ ଟ୍ରଫି ଦାବିଦାର ଥିବା ଦୁଇ ମହାଶକ୍ତିଶାଳୀ ଟିମ୍ ରବିବାର ମୁହାଁମୁହିଁ ହେବେ । କଲୋମ୍ବୋର ପ୍ରେମଦାସା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ତେବେ ଏଠାରେ ପୁଣିଥରେ ବର୍ଷା ହେବାର ଆକଳନ କରିଛି ସ୍ଥାନୀୟ ପାଣିପାଗ ବିଭାଗ । ହେଲେ ଏସିସି ମଧ୍ୟ ଏନେଇ ଆଗୁଆ ପଦକ୍ଷେପ ନେଇଛି । ଯଦି ରବିବାର ସୁପର୍-୪ ମ୍ୟାଚ୍‌ରେ ବର୍ଷା ବାଧକ ସାଜେ, ତେବେ ଏହି ମ୍ୟାଚ୍‌ପାଇଁ ଏକ ରିଜର୍ଭ ଡେ' ରଖାଯାଇଛି । ଅର୍ଥାତ ରବିବାର ଯଦି ବର୍ଷା ହୁଏ ତେବେ ସୋମବାର ଅର୍ଥାତ ୧୧ ତାରିଖରେ ସମ୍ପୂର୍ଣ୍ଣ ହେବ ମ୍ୟାଚ୍ । ଏନେଇ ଏସିଆନ୍ କ୍ରିକେଟ୍ କାଉନସିଲ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ କ୍ୟାମ୍ପ୍‌ରେ ବୁମ୍‌ରା

ଏବେ ଶ୍ରୀଲଙ୍କାର କଲମ୍ବୋରେ ଲଗାତାର ଭାବେ ବର୍ଷା ହେଉଛି । ଭାରତ ଓ ପାକିସ୍ତାନର ଗତ ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ତେଣୁ ଆଗାମୀ ମ୍ୟାଚରେ ବର୍ଷା ହେଲେ ଏଥିପାଇଁ ପୂର୍ବରୁ ପଦକ୍ଷେପ ନେଇ ରିଜର୍ଭ ଡେ' ସ୍ଥିର କରିଛି ଏସିଆନ୍ କ୍ରିକେଟ୍ କାଉନସିଲ । ଫଳରେ ବର୍ଷା ଆଶଙ୍କାରେ ରହିଥିବା ପ୍ରଶଂସକଙ୍କୁ ମଧ୍ୟ ଏହି ନିଷ୍ପତି ଆଶ୍ବସ୍ଥ କରିଛି । ଟିକେଟ୍ ହୋଲ୍ଡର ମାନେ ଯେଉଁଭଳି ମ୍ୟାଚରୁ ବଞ୍ଚିତ ନହେବେ ଏଥିପ୍ରତି ଦୃଷ୍ଟି ଦିଆଯାଇଛି । ଗତ ଶନିବାର ଖେଳାଯାଇଥିବା ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍ ବର୍ଷା ଯୋଗୁଁ ଅମିମାଂସିତ ଭାବେ ଶେଷ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୬୬ ରନ କରିଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଦ୍ବିତୀୟ ପାଳି ଖେଳ ଆଦୌ ହୋଇପାରିନଥିଲା । ଫଳରେ ମ୍ୟାଚ୍‌କୁ ରଦ୍ଦ କରାଯାଇ ଉଭୟ ଟିମ୍‌ ମଧ୍ୟରେ ପଏଣ୍ଟ ବାଣ୍ଟି ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.