ETV Bharat / sports

ଦ୍ବିତୀୟ ମହିଳା ଟି-୨୦: ଅଷ୍ଟ୍ରେଲିଆ ଆଗରେ ୧୧୯ ରନ୍‌ର ଟାର୍ଗେଟ ରଖିଲା ଭାରତ

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୧୮ ରନ୍‌ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ ୧୧୯ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

2nd WT20I: Harmanpreet, Vastrakar's late hits take India to 118/9 against australia
ଦ୍ବିତୀୟ ମହିଳା ଟି-୨୦: ଅଷ୍ଟ୍ରେଲିଆ ଆଗରେ ୧୯୯ ରନ୍‌ର ଟାର୍ଗେଟ ରଖିଲା ଭାରତ
author img

By

Published : Oct 9, 2021, 4:51 PM IST

Updated : Oct 9, 2021, 8:57 PM IST

କାରାରା ଓଭାଲ(କୁଇନ୍ସଲ୍ୟାଣ୍ଡ): ଏଠାରେ ଖେଳାଯାଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ୍‌ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୧୮ ରନ୍‌ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆ ସାମ୍ନାରେ ୧୧୯ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

କ୍ୟାପଟେନ ହରମନପ୍ରୀତ କୌର ୨୦ ବଲ୍‌ରୁ ୫ ଚୌକା ସହାୟତାରେ ୨୮ ରନ୍‌ର ଇଂନିସ ଖେଳିଛନ୍ତି । ସେହିପରି ପୂଜା ବସ୍ତ୍ରକର ୨୬ ବଲ୍‌ରୁ ୩ ଚୌକା ଓ ୨ଟି ଛକା ସହାୟତାରେ ଦ୍ରୁତ ୩୭ ରନ୍‌ର ଇଂନିସ ଖେଳିଛନ୍ତି । ତେବେ ଅନ୍ୟ କୌଣସି ବ୍ୟାଟର ସଫଳ ହୋଇନଥିଲେ । ଓପନର ସ୍ମୃତି ମାନ୍ଧାନା ୧ ଓ ଶେଫାଳି ବର୍ମା ମାତ୍ର ୩ ରନ୍‌ରେ ପାଭିଲିୟନ ଫେରିଥିଲେ । ଜେମ୍ମିମା ରୋଡ୍ରିଗ୍ୟୁସ ୭ ଓ ୟାସ୍ତିକା ଭାଟିଆ ୮ ରନ୍‌ କରି ଆଉଟ ହୋଇଥିଲେ । ଦିପ୍ତୀ ଶର୍ମା ୧୬ ରନ୍‌ର ବ୍ୟାଟିଂ କରୁଥିବା ସମୟରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ୍‌ଆଉଟ୍‌ ହୋଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଭ୍ଲାମିନେକ ଓ ମୋଲିନେକ୍ସ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଗାର୍ଡନର, ୱାରେହାମ ଓ ନିକୋଲା କେରୀଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 9, 2021, 8:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.