ETV Bharat / sports

IND vs NZ: ରାଞ୍ଚିରେ ଟିମ ଇଣ୍ଡିଆର ଜବରଦସ୍ତ ବିଜୟ, ସିରିଜ କବଜା

author img

By

Published : Nov 19, 2021, 10:55 PM IST

Updated : Nov 19, 2021, 11:00 PM IST

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ଭାରତର ଜବରଦସ୍ତ ବିଜୟ । ଛକା ଲଗାଇ ଭାରତକୁ ଜିତାଇଲେ ଋଷଭ ପନ୍ତ । ଅଧିକ ପଢନ୍ତୁ

2nd t20: India beat new zealand by 7 wkts
IND vs NZ: ରାଞ୍ଚିରେ ଟିମ ଇଣ୍ଡିଆର ଜବରଦସ୍ତ ବିଜୟ, ସିରିଜ କବ୍ଜା

ରାଞ୍ଚି: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ଭାରତର ଜବରଦସ୍ତ ବିଜୟ । ଛକା ଲଗାଇ ଭାରତକୁ ଜିତାଇଲେ ଋଷଭ ପନ୍ତ । ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୭ ୱିକେଟରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ଆଗୁଆ ଜିତିନେଇଛି ଭାରତ ।

୧୫୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଟିମ ୧୭. ୨ ଓଭରରେ ହାସଲ କରିନେଇଥିଲା । ଦୁଇ ଭାରତୀୟ ଓପନର ପୁଣି ଏକ ଦମଦାର ଭାଗିଦାରୀ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ ୧୧୭ ରନ୍‌ର ଶତକୀୟ ଭାଗିଦାରୀ ହୋଇଥିଲା । କେଏଲ ରାହୁଲ ପ୍ରଥମ ଖେଳାଳି ଭାବେ ୧୪ତମ ଓଭରରେ ୬୫ ରନ୍‌ର ଦମଦାର ଇଂନିସ ଖେଳି ଆଉଟ୍‌ ହୋଇଥିଲେ । ୪୯ ବଲ୍‌ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ୬୫ ରନ୍‌ର ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ ରାହୁଲ । ସେହିପରି କ୍ୟାପଟେନ ରୋହିତ ଶର୍ମା ଧୁଆଁଧାର ବ୍ୟାଟିଂ ସହ ୩୬ ବଲ୍‌ରୁ ୫୫ ରନ୍‌ର ଇଂନିସ ଖେଳିଛନ୍ତି । ଏହି ଇଂନିସରେ ଗୋଟିଏ ଚୌକା ଓ ୫ଟି ଛକା ସାମିଲ କରିଛି ।

ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ୍‌ ସଂଗ୍ରହ କରିଥିଲା ।

ଭ୍ରମଣକାରୀ ଟିମ ପକ୍ଷରୁ ଗ୍ଲେନ ଫିଲିପ୍ସ ସର୍ବାଧିକ ୩୪ ରନ୍‌ର ଇଂନିସ ଖେଳିଥିଲେ । ୨୧ ବଲ୍‌ରୁ ଗୋଟିଏ ଚୌକା ଓ ୩ଟି ଛକା ସହାୟତାରେ ୩୪ ରନ୍‌ର ଦ୍ରୁତ ଇଂନିସ ଖେଳିଥିଲେ ଫିଲିପ୍ସ । ଦୁଇ ଓପନର ମାର୍ଟିନ ଗପ୍ଟିଲ ୧୫ ବଲ୍‌ରୁ ୩୧ ଓ ଡାରିଲ ମିଚେଲ ୨୮ ବଲ୍‌ରୁ ୩୧ ରନ୍‌ର ଇଂନିସ ଖେଳିଥିଲେ ।

ସିରିଜର ଶେଷ ତଥା ତୃତୀୟ ଟି-୨୦ ଐତିହାସିକ ଇଡେନ ଗାର୍ଡେନ, କୋଲକାତାରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 19, 2021, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.