ETV Bharat / sports

ସାଉଦିଙ୍କ ଘାତକ ବୋଲିଂରେ ଧରାଶାୟୀ ଇଂଲଣ୍ଡ

author img

By

Published : Jun 5, 2021, 8:37 PM IST

5 ଜଣ ଇଂଲଣ୍ଡ ଖେଳାଳିଙ୍କୁ ପାଭିଲିୟନ ପଠାଇଛନ୍ତି କିୱି ସ୍ପିଡଷ୍ଟାର ଟିମ ସାଉଦୀ । ଅଧିକ ପଢନ୍ତୁ...

1st Test: Southee's five-wicket haul pegs England back
ସାଉଦୀଙ୍କ ଘାତକ ବୋଲିଂରେ ଧରାଶାୟୀ ଇଂଲଣ୍ଡ

ଲଣ୍ଡନ: ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ ସାଉଦିଙ୍କ ଘାତକ ବୋଲିଂରେ ଧରାଶାୟୀ ଘରୋଇ ଇଂଲଣ୍ଡ ।

ଲର୍ଡ୍ସରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର 4ର୍ଥ ଦିନରେ ଶନିବାର ଦମ ଦେଖାଇଛନ୍ତି ସାଉଦୀ । 5 ଜଣ ଇଂଲଣ୍ଡ ଖେଳାଳିଙ୍କୁ ପାଭିଲିୟନ ପଠାଇଛନ୍ତି କିୱି ସ୍ପିଡଷ୍ଟାର । ଫଳରେ ଲଞ୍ଚ୍‌ ବିରତି ସୁଦ୍ଧା ଇଂଲଣ୍ଡ 7 ୱିକେଟ ହରାଇ 207 ରନରେ ସଂଘର୍ଷ କରୁଛି ।

23 ଓଭରରେ 41 ରନ୍‌ ବ୍ୟୟରେ 5 ୱିକେଟ ହାସଲ କରିଛନ୍ତି ସାଉଦି । ଦ୍ବିତୀୟ ଦିନରେ ଜାକ କ୍ରାୱଲେଙ୍କୁ ପ୍ରଥମ ଶିକାର କରିଥିଲେ ସାଉଦୀ । ପରେ ତୃତୀୟ ଦିନର ଖେଳକୁ ବର୍ଷା ଧୋଇନେବା ପରେ 4ର୍ଥ ଦିନରେ ସାଉଦ ଶୋ ଦେଖିବାକୁ ମିଳିଛି । ଓଲି ପୋପ(22), ଡାନିଏଲ ଲରେନ୍ସ(0), ଜେମ୍ସ ବ୍ରେସି(0), ଓ ଓଲି ରବିନସନ(0)ଙ୍କୁ ଆଉଟ କରିଛନ୍ତି ।

ଅନ୍ୟପଟେ କେଏଲ ଜେମିଏସନ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ଇଂଲଣ୍ଡ କ୍ୟାପଟେନ ଜା ରୁଟ ଶୀଘ୍ର ଆଉଟ ହେବାପରେ ପାଳି ସମ୍ଭାଳିଛନ୍ତି ଓପନର ରରି ବର୍ଣ୍ଣସ । ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟକୁ ଆଉ ଗୋଟିଏ ଦିନ ବାକିଥିବାବେଳେ 4ର୍ଥ ଇଂନିସ ଆରମ୍ଭ ହୋଇନାହିଁ । ଫଳରେ ମ୍ୟାଚ ଡ୍ର ହେବାନେଇ ଆଶାଙ୍କ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.