ETV Bharat / sports

ସ୍ବିସ ଓପନ: ସେମିରେ ପରାସ୍ତ ଚିରାଗ-ସାତ୍ବିକ ସାଇରାଜ

author img

By

Published : Mar 7, 2021, 5:40 PM IST

ସ୍ବିସ ଓପନରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ବିକସାଇରାଜ ରେଙ୍କିରେଡ୍ଡିଙ୍କ ଅଭିଯାନ ଶେଷ । ଅଧିକ ପଢନ୍ତୁ...

Swiss Open: Chirag-Satwiksairaj knocked out of men's doubles
ସ୍ବିସ ଓପନ: ସେମିରେ ପରାସ୍ତ ଚିରାଗ-ସାତ୍ବିକସାଇରାଜ

ବାସେଲ(ସ୍ବିଜରଲାଣ୍ଡ): ଚଳିତ ସ୍ବିସ ଓପନରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ବିକ ସାଇରାଜ ରେଙ୍କିରେଡ୍ଡିଙ୍କ ଅଭିଯାନ ଶେଷ ହୋଇଛି । ସେମିଫାଇନାଲ ମୁକାବିଲାରେ ଡାନିସ ବ୍ୟାଡମିଣ୍ଟନ ଖେଳାଳି କିମ ଆଷଟ୍ରପ ଓ ଆଣ୍ଡର୍ସ ସ୍କାରପ ରାସମୁସେନଙ୍କ ଠାରୁ ପରାସ୍ତ ହେବାପରେ ଫାଇନାଲ ଖେଳିବା ଆଶା ମଉଳି ଯାଇଛି ।

ଡାନିସ ଯୋଡି, ଦୁଇ ଯୁବ ଭାରତୀୟ ଷ୍ଟାରଙ୍କ ଉପର ଭାରୀ ପଡିଥିଲେ । ପ୍ରଭାବୀ ପ୍ରଦର୍ଶନ ସହ 21-10, 21-17 ଦୁଇଟି ସିଧା ସେଟ୍‌ରେ ବିଜୟୀ ହୋଇଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ଚିରାଗ ଓ ସାତ୍ବିକସାଇରାଜ ଯୋଡି ଏକାଧିକ ଥର ଅବିଶ୍ବସନୀୟ ବିଜୟୀ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲେ, ମାତ୍ର ସେମିଫାଇନାଲରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପରାଜୟର ସାମ୍ନା କରିଛନ୍ତି ।

ପୂର୍ବରୁ ଷ୍ଟାର ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ, ବିଶ୍ବ ମାନ୍ୟତାର ନଂ1 ସ୍ଥାନରେ ଥିବା ଭିକ୍ଟର ଆକ୍ସେଲସନଙ୍କ ଠାରୁ ସେମିରେ ପରାସ୍ତ ହୋଇ ସ୍ବିସ ଓପନରୁ ବାଦ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.