ସିଙ୍ଗାପୁର: ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ଏଠାରେ ଖେଳାଯାଉଥିବା ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମାତ୍ର ଅନ୍ୟତମ ଷ୍ଟାର ଶଟଲର ସାଇନା ନେହ୍ୱାଲ ଓ କିଦାମ୍ବୀ ଶ୍ରୀକାନ୍ତ କ୍ବାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି ।
ରିଓ ଅଲମ୍ପିକ ବିଜେତା ବିଶ୍ବ ମାନ୍ୟତାର 18 ନମ୍ବର ଖେଳାଳିଙ୍କୁ ହରାଇ ଦେଇଛନ୍ତି । ସିନ୍ଧୁ ଚୀନର କାଇ ୟାନୟାନଙ୍କୁ ୨୧-୧୩, ୧୭-୨୧, ୨୧-୧୪ ଗେମରେ ପରାସ୍ତ କରିଛନ୍ତି । ସେମିରେ ସିନ୍ଧୁ ବିଶ୍ବ ଚମ୍ପିଆନ୍ ଜାପାନର ନୋଜୋମି ଓକୁହାରାଙ୍କୁ ଭେଟିବେ ।
ଅନ୍ୟପକ୍ଷରେ ସାଇନା ଏହି ମୁକାବିଲାରେ ସମ୍ପୂର୍ଣ୍ଣ ଏକତରଫା ଭାବେ ହାରିଥିଲେ । ପ୍ରଥମ ଗେମରେ ଓକୁହାରା ୯-୦ରେ ଆଗୁଆ ରହିଥିଲେ ଏବଂ ଦ୍ୱିତୀୟ ଗେମରେ ସାଇନା ୪-୦ରେ ଅଗ୍ରଣୀ ସହ ଆରମ୍ଭ କରିଥିଲେ । ତେବେ ଶେଷରେ ମ୍ୟାଚ ୧୧-୮ ଶେଷ ହୋଇଥିବାରୁ ପ୍ରଥମ ଗେମରେ ସାଇନା ପରାସ୍ତ ହୋଇଥିଲେ ।
ସେହିପରି ପୁରୁଷ କ୍ୱାର୍ଟରଫାଇନାଲରେ ଭାରତର ଶ୍ରୀକାନ୍ତ ଜାପାନର କେଣ୍ଟୋ ମୋମୋତାଙ୍କଠାରୁ ୧୮-୨୧, ୨୧-୧୯, ୯-୨୧ ଗେରେ ହାରି ବିଦାୟ ନେଇଛନ୍ତି।