ETV Bharat / sports

ସିଙ୍ଗାପୁର ଓପନ: ଦ୍ବିତୀୟ ରାଉଣ୍ଡରେ ସାଇନା, ସିନ୍ଧୁ ଓ ଶ୍ରୀକାନ୍ତ

ତିନି ଭାରତୀୟ ଷ୍ଟାର ଶଟଲର ପିଭି ସିନ୍ଧୁସ, ସାଇନା ନେହ୍ବାଲ ଓ କିଡାମ୍ବୀ ଶ୍ରୀକାନ୍ତ ନିଜ ନିଜ ପ୍ରତିଦ୍ବନ୍ଦୀ ଉପରେ ଭାରି ପଡି ଟୁର୍ଣ୍ଣାମେଣ୍ଟର 2ୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି ।

author img

By

Published : Apr 11, 2019, 6:53 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସିଙ୍ଗାପୁର: ଚଳିତ ସିଙ୍ଗାପୁର ଓପନରେ ଭାରତର ଶଟଲରଙ୍କର ଭଲ ଶୁଭାରମ୍ଭ ହୋଇଛି । ତିନି ଭାରତୀୟ ଷ୍ଟାର ଶଟଲର ପିଭି ସିନ୍ଧୁସ, ସାଇନା ନେହ୍ବାଲ ଓ କିଡାମ୍ବୀ ଶ୍ରୀକାନ୍ତ ନିଜ ନିଜ ପ୍ରତିଦ୍ବନ୍ଦୀ ଉପରେ ଭାରି ପଡି ଟୁର୍ଣ୍ଣାମେଣ୍ଟର 2ୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି ।

ଚତୁର୍ଥ ସିଡ୍ ସିନ୍ଧୁ ପ୍ରଥମ ରାଉଣ୍ଡରେ ଇଣ୍ଡୋନେସିଆର ଲ୍ୟାନୀ ଆଲେସାଣ୍ଡ୍ରା ମୈନାକିଙ୍କୁ ମାତ୍ର ୨୭ ମିନିଟରେ ୨୧-୯, ୨୧-୭ ସିଧାସଳଖ ଗେମରେ ପରାସ୍ତ କରିଛନ୍ତି। ରିଓ ଅଲିମ୍ପିକ୍ ତଥା ୱାର୍ଲ୍ଡ ଚାମ୍ପିଅନଶିପ୍ ରୌପ୍ୟ ପଦକ ବିଜେତା ସିନ୍ଧୁ ପରବର୍ତ୍ତୀ ରାଉଣ୍ଡରେ ଡେନମାର୍କର ମିଆ ବ୍ଲିଚଫେଲ୍ଡଙ୍କୁ ଭେଟିବେ।

ସେହିପରି ଷଷ୍ଠ ସିଡ୍‌ ସାଇନା ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ଇଣ୍ଡୋନେସିଆର ୟୁଲିଆ ୟୋସେଫିନ୍ ସୁସାଣ୍ଟୋଙ୍କୁ ୨୧-୧୬, ୨୧-୧୧ ଗେମରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ଦ୍ୱିତୀୟ ରାଉଣ୍ଡରେ ଥାଇଲ୍ୟାଣ୍ଡର ପର୍ନପାୱି ଚୋଚୁୱଙ୍ଗଙ୍କୁ ଭେଟିବେ ।

ଅନ୍ୟପଟେ ପୁରୁଷ ବର୍ଗରେ ଷଷ୍ଠ ସିଡ୍‌ରେ ଥିବା କିଡାମ୍ବୀ ଶ୍ରୀକାନ୍ତ ଥାଇଲାଣ୍ଡର ଶିଥିକୋମ ଥାମଶିଆନଙ୍କୁ ପରାସ୍ତ କରିଛନ୍ତି । ଶ୍ରୀକାନ୍ତ ମଧ୍ୟ ସିଧାସଳଖ 21-17 ଓ 21-18ରେ ନିଜ ବିପକ୍ଷକୁ ପରାସ୍ତ କରିଛନ୍ତି । ଏଥି ପାଇଁ ତାଙ୍କୁ 41ମିନିଟ ସମୟ ଲାଗିଥିଲା ।

Intro:Body:

RGERGERG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.