ETV Bharat / sports

ସିଙ୍ଗାପୁର ଓପନ ବାତିଲ, ଭାରତୀୟ ବ୍ୟାଡମିଣ୍ଟନ ତାରକାଙ୍କୁ ଝଟକା

କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସିଙ୍ଗାପୁର ଓପନକୁ ବାତିଲ କରି ଦିଆଯାଇଛି । ଏହାକୁ ନେଇ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

ସିଙ୍ଗାପୁର ଓପନ ବାତିଲ, ଭାରତୀୟ ବ୍ୟାଡମିଣ୍ଟନ ତାରକାଙ୍କୁ ଝଟକା
ସିଙ୍ଗାପୁର ଓପନ ବାତିଲ, ଭାରତୀୟ ବ୍ୟାଡମିଣ୍ଟନ ତାରକାଙ୍କୁ ଝଟକା
author img

By

Published : May 12, 2021, 10:27 PM IST

ନୂଆଦିଲ୍ଲୀ: କ୍ରୀଡ଼ା ଉପରେ କୋରୋନା ମହାମାରୀର ଭରପୁର ପ୍ରଭାବ ପଡ଼ିଥିବା ଦେଖା ଦେଇଛି । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସିଙ୍ଗାପୁର ଓପନକୁ ବାତିଲ କରି ଦିଆଯାଇଛି । ଏହାକୁ ନେଇ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଫଳରେ ଟୋକିଓ ଅଲମ୍ପିକ୍ସ ଭାଗ ନେବାକୁ ଆଶାୟୀ ଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକାଙ୍କ ସ୍ବପ୍ନ ଧୁଳିସାତ ହୋଇ ଯାଇଛି । ଟୋକିଓ ଅଲମ୍ପିକ୍ସରେ ଯୋଗ୍ୟତା ହାସଲ କରିବା ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଶେଷ ସୁଯୋଗ ଥିଲା ।

ଏହି ଟୁର୍ଣ୍ଣାମେଣ୍ଟ ଜୁନ 1 ତାରିଖରୁ ଆରମ୍ଭ ହୋଇ ଜୁନ 6 ତାରିଖ ଯାଏଁ ଆୟୋଜନ ହେବାକୁ ଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିଥାଆନ୍ତେ ଭାରତୀୟ ବ୍ୟାଡମିଣ୍ଟନ ତାରକା । ଏହି ତାଲିକାରେ ସାୟନା ନେହୱାଲ, କିଦାମ୍ବୀ ଶ୍ରୀକାନ୍ତ ଭଳି ଖେଳାଳି ସାମିଲ ଅଛନ୍ତି । ତେବେ ଟୋକିଓ ଅଲମ୍ପିକ୍ସରେ ଯୋଗ୍ୟତାକୁ ନେଇ ବିସ୍ତୃତ ସୂଚନା ପରବର୍ତ୍ତୀ ସମୟରେ ଜାରି କରାଯିବ ବୋଲି କହିଛି ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ।

ଟୋକିଓ ଅଲମ୍ପିକ୍ସ ପାଇଁ ଏକକ ବର୍ଗରେ ଭାରତ ପକ୍ଷରୁ ପିଭି ସିନ୍ଧୁ, ବି ସାଇ ପ୍ରଣିତ ଯୋଗ୍ୟତା ହାସଲ କରି ସାରିଛନ୍ତି । ସେହିଭଳି ପୁରୁଷ ଯୁଗଳ ବିଭାଗରେ ସାତ୍ବିକ ସାଇରାଜ ରେଙ୍କିରେଡି ଓ ଚିରାଗ ସେଟ୍ଟୀ ଯୋଗ୍ୟତା ହାସଲ କରିଛନ୍ତି । ତେବେ 2012 ଅଲମ୍ପିକ୍ସ ବିଜେତା ସାୟନା ନେହୱାଲ ଓ ଶ୍ରୀକାନ୍ତ କିଦାମ୍ବୀ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ପାରିନଥିଲେ ।

ଏହାକୁ ନେଇ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ସିଙ୍ଗାପୁର ଓପନରେ ସୁପର 500 ଇଭେଣ୍ଟ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଶେଷ ସୁଯୋଗ ଥିଲା । ଏହାକୁ ନେଇ ପରବର୍ତ୍ତୀ ସମସୟରେ ସୂଚନା ଦିଆଯିବ । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସିଙ୍ଗାପୁର ବ୍ୟାଡମିଣ୍ଟନ ସଂଘ ଓ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ମଧ୍ୟରେ ଆଲୋଚନା ପରେ ଟୁର୍ଣ୍ଣାମେଣ୍ଟ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.