ବାଲି(ଇଣ୍ଡୋନେସିଆ): ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ଇଣ୍ଡୋନେସିଆ ଓପନ(Indonesia Open) ୨୦୨୧ ଅଭିଯାନ ଶେଷ ହୋଇଛି । ଥାଇଲାଣ୍ଡର ରାଚନୋକ ଇଣ୍ଟାନୋନଙ୍କ ଠାରୁ ଶନିବାର ମହିଳା ଏକକ ସେମିଫାଇନାଲରେ ପରାଜୟ ପରେ ଟୁର୍ନାମେଣ୍ଟରୁ ବାଦ୍ ପଡିଛନ୍ତି ସିନ୍ଧୁ ।
ଦୁଇ ଥରର ଅଲମ୍ପିକ ପଦକ ବିଜେତା ସିନ୍ଧୁ, ୨୧-୧୫, ୯-୨୧, ୧୪-୨୧ ସେଟ୍ରେ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର ୮ ନମ୍ବର ସ୍ଥାନରେ ଥିବା ରାଚନୋକଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଏହି ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲା ୫୪ ମିନିଟ ଧରି ଖେଳାଯାଇଥିଲା ।
ଫ୍ରେଞ୍ଚ ଓପନ ଓ ଇଣ୍ଡୋନେସିଆ ମାଷ୍ଟର୍ସ ପରେ ୨୬ ବର୍ଷୀୟା(PV sindhu) ସିନ୍ଧୁଙ୍କ ପାଇଁ ଏହା BWF ଇଭେଣ୍ଟରେ କ୍ରମାଗତ ତୃତୀୟ ସେମିଫାଇନାଲ (semifinals )ପରାଜୟ । ପ୍ରଥମ ସେଟ୍ରେ ଥାଇ ସର୍ଟଲର ଅବିଶ୍ବସନୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ମ୍ୟାଚ୍ ଆରମ୍ଭରୁ ସିନ୍ଧୁ ଦମଦାର ପ୍ରଦର୍ଶନ ସହ ଏକ ସମୟରେ ୮-୩ରେ ଆଗୁଆ ଥିଲେ ।
ଏହା ମଧ୍ୟ ପଢନ୍ତୁ: ଘରକୁ ଫେରିଲେ ପ୍ରଥମ ଓଡିଆ ଖେଳରତ୍ନ ପୁରସ୍କାର ବିଜେତା ପ୍ରମୋଦ ଭଗତ
ମାତ୍ର ରାଚନୋକ ଜବରଦସ୍ତ କମବ୍ୟାକ୍ ସହ ନିକଟତର ହୋଇଥିଲେ । ମାତ୍ର ପ୍ରଥମ ସେଟ୍କୁ ୨୧-୧୫ରେ ଜିତି ନେଇଥିଲେ ସିନ୍ଧୁ । ତେବେ ପରବର୍ତ୍ତୀ ଦୁଇଟି ସେଟ୍କୁ ୯-୨୧ ଓ ୧୪-୨୧ରେ ବାଜିମାତ କରିବା ସହ ରାଚନୋକ ମ୍ୟାଚ୍ ଛଡାଇ ନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ