ETV Bharat / sports

ସର୍ଟଲର ସାଇ ପ୍ରଣୀତ ଓ ଧ୍ରୁବ ରାୱତଙ୍କୁ କୋରୋନା, ଇଣ୍ଡିଆ ଓପନରୁ ଓହରିଲେ

ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି ଭାରତୀୟ ସର୍ଟଲର ବି.ସାଇ ପ୍ରଣୀତ ଓ ଧ୍ରୁବ ରାୱତ । ଅଧିକ ପଢନ୍ତୁ

Shuttlers Sai Praneeth, Dhruv Rawat pull out of India Open after testing COVID positive
ସର୍ଟଲର ସାଇ ପ୍ରଣୀତ ଓ ଧ୍ରୁବ ରାୱତଙ୍କୁ କୋରୋନା, ଇଣ୍ଡିଆ ଓପନରୁ ଓହରିଲେ
author img

By

Published : Jan 9, 2022, 10:18 PM IST

ନୂଆଦିଲ୍ଲୀ: ଭାରତୀୟ ସର୍ଟଲର ବି.ସାଇ ପ୍ରଣୀତ ଓ ଧ୍ରୁବ ରାୱତ ଆଗାମୀ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି । ଟୁର୍ନାମେଣ୍ଟକୁ ଆଉମାତ୍ର ଦୁଇଦିନ ଥିବାବେଳେ, COVID-୧୯ ପଜିଟିଭ ଚିହ୍ନଟ ହେବାପରେ ଓହରିଯାଇଛନ୍ତି ଦୁଇ ଭାରତୀୟ ଖେଳାଳି । ଏନେଇ ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ(BAI) ରବିବାର ଘୋଷଣା କରିଛି ।

ଦିଲ୍ଲୀ ଅଭିମୁଖେ ଯାତ୍ରା ପୂର୍ବରୁ ସାଇ ପ୍ରଣୀତ ଓ ଧ୍ରୁବଙ୍କ RTPCR ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଏହାପରେ ଏକ ବିବୃତିରେ BAI ପକ୍ଷରକୁ ସୂଚନା ଦିଆଯାଇଛି ଯେ, "ସାଇ ପ୍ରଣୀତ ଓ ଧ୍ରୁବ ରାୱତ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଉଭୟ ସେମାନଙ୍କର ନାମ ଟୁର୍ନାମେଣ୍ଟରୁ ହଟାଇ ନେଇଛନ୍ତି । ଦିଲ୍ଲୀ ଯାତ୍ରା ପୂର୍ବରୁ RTPCR ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି ।"

ଏହାମଧ୍ୟ ପଢନ୍ତୁ: COVID-19: ଇଣ୍ଡିଆ ଓପନ ବ୍ୟାଡମିଣ୍ଟନରୁ ଓହରିଲା ଇଂଲଣ୍ଡ

ପୂର୍ବରୁ BAI ଘୋଷଣା କରିଥିଲା ଯେ, ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଟିମ ଇଣ୍ଡିଆ ଓପନରେ ଅଂଶଗ୍ରହଣ କରିବ ନାହିଁ । ଦେଶର ଡବଲ୍ସ ଖେଳାଳି ସିନ ଭେଣ୍ଡି ଓ କୋଚ୍‌ ନାଥନ ରୋବର୍ଟସନ COVID-19 ପଜିଟିଭ ଚିହ୍ନଟ ପରେ ଇଂଲଣ୍ଡ ଟୁର୍ନାମେଣ୍ଟରୁ ଓହରିଯାଇଛି । COVID-19 ମହାମାରୀ କାରଣରୁ ଇଣ୍ଡିଆ ଓପନର ଏକାଦଶତମ ସଂସ୍କରଣ ଦୁଇବର୍ଷ ବ୍ରେକ୍‌ ପରେ ଆରମ୍ଭ ହେବାକୁ ଯାଉଛି । ଇନ୍ଦିରା ଗାନ୍ଧୀ ଷ୍ଟାଡିୟମର କେଡି ଯାଦବ ଇଣ୍ଡୋର ହଲ୍‌ରେ ଏହି ମେଗା ଟୁର୍ନାମେଣ୍ଟ ଖେଳାଯିବ ।

ଇଣ୍ଡିଆ ଓପନ ୨୦୨୨ ଟୁର୍ନାମେଣ୍ଟ ଜାନୁଆରୀ ୧୧ରୁ ୧୬ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଖେଳାଯିବା ନେଇ ସୂଚୀ ରହିଛି । ତେବେ ଦେଶରେ COVID-19 ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ହୋଇଛି । ଭାରତୀୟ ବ୍ୟାଡମିଣ୍ଟନ ସଂଘ ଦ୍ବାରା ଆୟୋଜିତ ହେବାକୁ ଥିବା ଏହି USD ୪୦୦,୦୦୦ ସୁପର ୫୦୦ ଇଭେଣ୍ଟରୁ ୨୦୨୨ BWF ୱାର୍ଲ୍ଡ ଟୁର୍‌ ସିଜିନ ଆରମ୍ଭ ହେବ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.