ETV Bharat / sports

ସିନ୍ଧୁ, ଲି ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଆଥଲେଟିକ୍ସ ଆମ୍ବାସଡର ମନୋନୀତ

ଭାରତୀୟ ସର୍ଟଲର ପିଭି ସିନ୍ଧୁ ଓ କାନାଡାର ମିଚେଲେ ଲି ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପାଇଁ 'କ୍ରୀଡାରେ ବିଶ୍ବାସ'(ବିଲିଭ ଇନ୍‌ ସ୍ପୋର୍ଟ୍ସ) ପ୍ରଚାରରେ କ୍ରୀଡାବିତ ବ୍ରାଣ୍ଡ ଆମ୍ବାସଡର ଭାବେ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 3, 2021, 7:29 PM IST

PV Sindhu, Michelle Li named ambassadors for IOC's 'Believe in Sports' campaign
ସିନ୍ଧୁ, ଲି ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଆଥଲେଟିକ୍ସ ଆମ୍ବାସଡର ମନୋନୀତ

ହାଇଦ୍ରାବାଦ: ଭାରତୀୟ ସର୍ଟଲର ପିଭି ସିନ୍ଧୁ ଓ କାନାଡାର ମିଚେଲେ ଲି ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପାଇଁ 'କ୍ରୀଡାରେ ବିଶ୍ବାସ'(ବିଲିଭ ଇନ୍‌ ସ୍ପୋର୍ଟ୍ସ) ପ୍ରଚାରରେ କ୍ରୀଡାବିତ ବ୍ରାଣ୍ଡ ଆମ୍ବାସଡର ଭାବେ ମନୋନୀତ ହୋଇଛନ୍ତି । ଏନେଇ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ସୋମବାର ଘୋଷଣା କରିଛି ।

ସିନ୍ଧୁ ଓ ଲି ବିଶ୍ବର ଅନ୍ୟ ଆଥଲେଟ ଆମ୍ବାସଡରଙ୍କ ସହ ପ୍ରତିଯୋଗିତାରେ ଅନିୟମିତା ବିଷୟରେ ସଚେନତନା କାର୍ଯ୍ୟକ୍ରମରେ ସାମିଲ ହେବେ ।

ଏପ୍ରିଲ 2020ରୁ ଏହି ଯୋଡି ବିଶ୍ବ ବ୍ୟାଡମିଣ୍ଟନ ମହାସଂଘର 'ଆଇ ଆମ୍‌ ବ୍ୟାଡମିଣ୍ଟନ' ପ୍ରଚାର ପାଇଁ ଅନ୍ତର୍ଜାତୀୟ ଆମ୍ବାସଡର ରହିଛନ୍ତି । ବିଶ୍ବ ଚମ୍ପିଆନ ଓ ରିଓ ଅଲମ୍ପିକ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଆଇଓସିର 'ବିଲିଭ ଇନ୍‌ ସ୍ପୋର୍ଟ୍ସ' କ୍ୟାମ୍ପେନ୍‌ରେ ସାମିଲ ହେବାପରେ କହିଛନ୍ତି, "ଆଥଲେଟିକ୍ସ ଆମ୍ବାସଡର ଭାବେ ଆଇଓସି ପକ୍ଷରୁ ମନୋନୀତ ହେବା ସମ୍ମାନର ବିଷୟ, ପ୍ରତିଯୋଗିତାରେ ଅନିୟମିତା ଦ୍ବାରା କୌଣସି ଅସୁବିଧାର ସମ୍ମୁଖୀନ ହେଉଥିବା ଆଥଲେଟ୍‌ସଙ୍କ ସଙ୍ଗେ ସର୍ବଦା ରହିଛି । ଏକତ୍ର ଆମେ ଶକ୍ତିଶାଳୀ ।"

ଅନ୍ୟପଟେ 2014 ରାଜ୍ୟଗୋଷ୍ଠୀ କ୍ରୀଡା ଚମ୍ପିଆ ଲି ମଧ୍ୟ ଏହି ପ୍ରଂଶସନୀୟ ସଚେତନା ମୂଳକ କାର୍ଯ୍ୟକ୍ରମ ପାଇଁ ଆଇଓସି ପକ୍ଷରୁ ମନୋନୀତ ହୋଇ ଖୁସିବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.