ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଖେଳାଯିବ ପାରା-ବ୍ୟାଡମିଣ୍ଟନ ନ୍ୟାସନାଲ ଚାମ୍ପିଅନସିପ୍ । ଭୁବନେଶ୍ବରରେ ଏହି ମେଗା ପ୍ରତିଯୋଗିତା ଆୟୋଜନ ନେଇ ପାରା ସ୍ପୋର୍ଟ୍ସ ଆସୋସିଏସନ ଓଡିଶା ସହିତ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଜୋରଦାର ପ୍ରସ୍ତୁତି ଚଳାଇଛି ।
-
15 days to go for India's biggest ever Para-Badminton National championship in the city of temple Bhubaneswar.
— Paralympic Odisha (@paralympic_od) December 9, 2021 " class="align-text-top noRightClick twitterSection" data="
Stay tuned for more updates!!@ParalympicIndia @sports_odisha @PramodBhagat83 pic.twitter.com/xWMUDz3Xfp
">15 days to go for India's biggest ever Para-Badminton National championship in the city of temple Bhubaneswar.
— Paralympic Odisha (@paralympic_od) December 9, 2021
Stay tuned for more updates!!@ParalympicIndia @sports_odisha @PramodBhagat83 pic.twitter.com/xWMUDz3Xfp15 days to go for India's biggest ever Para-Badminton National championship in the city of temple Bhubaneswar.
— Paralympic Odisha (@paralympic_od) December 9, 2021
Stay tuned for more updates!!@ParalympicIndia @sports_odisha @PramodBhagat83 pic.twitter.com/xWMUDz3Xfp
ଏହାମଧ୍ୟ ପଢନ୍ତୁ: Most Liked tweet: ୨୦୨୧ରେ ଭାମିକାଙ୍କ ଜନ୍ମ ଟ୍ବିଟ୍କୁ ମିଳିଲା ସର୍ବାଧିକ Like
ଏହି ସମ୍ମାନଜନକ ଇଭେଣ୍ଟରେ ପ୍ରମୋଦ ଭଗତ, ମାନସୀ ଜୋଷୀ, ସୁକାନ୍ତକଦମ ଓ ପଲକ କୋହଲିଙ୍କ ଭଳି ଷ୍ଟାର ଭାରତୀୟ ପାରା ସର୍ଟଲର ଅଂଶଗ୍ରହଣ କରିବା ନେଇ ସ୍ପଷ୍ଟ ହୋଇଛି ।
୩ଦିନ ଧରି ଖେଳାଯିବାକୁ ଥିବା ଏହି ମେଗା କ୍ରୀଡା ଇଭେଣ୍ଟ ୨ଟି ଭିନ୍ନ ଭେନ୍ୟୁରେ ଖେଳାଯିବ । କେ. ସି. ମେମୋରିଆଲ ଟ୍ରଷ୍ଟ ସହଭାଗିତାରେ ରେଲୱେ ଇନଡୋର୍ ଷ୍ଟାଡିୟମ, ଭୁବନେଶ୍ବର ଓ ଉଡ୍ଡାନ ବ୍ୟାଡ୍ମିଣ୍ଟନ ଏକାଡେମୀରେ ମ୍ୟାଚ୍ ଖେଳାଯିବ । ଭାରତୀୟ ପାରାଲମ୍ପିକ୍ କମିଟି(PCI) ଓ ଭାରତୀୟ ବ୍ୟାଡ୍ମିଣ୍ଟନ ସଂଘ ତତ୍ତ୍ବାବଧାନରେ ଡିସେମ୍ବର ୨୪ରୁ ୨୬ ପର୍ଯ୍ୟନ୍ତ ଏହି ଇଭେଣ୍ଟ ଆୟୋଜିତ ହେବ ।
ଏଥିରେ ୫୦୦ରୁ ଅଧିକ ଅଂଶଗ୍ରହଣ କାରୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଫଳରେ ଏହି ପାରା-ବ୍ୟାଡ୍ମିଣ୍ଟନ ନ୍ୟାସନାଲ ଚାମ୍ପିଅନସିପ୍ ଭାରତରେ ଆୟୋଜିତ ପାରା-ବ୍ୟାଡମିଣ୍ଟନ ଇଭେଣ୍ଟ ମଧ୍ୟରେ ସର୍ବବୃହତ ହେବ ।
"ନ୍ୟାସନାଲ ପାରା-ବ୍ୟାଡ୍ମିଣ୍ଟନ ଚାମ୍ପିଅନସିପ୍କୁ ସହଯୋଗ କରିଥିବାରୁ ଓଡିଶା ଗର୍ବିତ । ଏହି କ୍ଷେତ୍ରରେ ଅନେକ ସମ୍ଭାବନା ରାଜ୍ୟରେ ରହିଛନ୍ତି ସେଥିପାଇଁ ପାରା ଖେଳାଳିଙ୍କୁ ନିରନ୍ତର ସମର୍ଥନ ଜାରି ରଖିବ ଓଡିଶା ।" ଏହା କହିଛନ୍ତି, IAS କମିଶନର ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ସଚିବ ଆର୍. ଭିନିଲ କ୍ରୀଷ୍ଣା ।
ଏହାମଧ୍ୟ ପଢନ୍ତୁ: Commonwealth Weightlifting: ଇତିହାସ ରଚିଲେ ଓଡିଆ ଝିଅ ଝିଲ୍ଲୀ ଦଳବେହେରା
ଟୁର୍ନାମେଣ୍ଟରେ ନଜର ଆସିବେ ଓଡିଶା ଗୋଲ୍ଡେନ ବଏ ପ୍ରମୋଦ ଭଗତ । ପାରାଲମ୍ପିକ୍ରେ ଭାରତର ପ୍ରଥମ ବ୍ୟାଡ୍ମିଣ୍ଟନ ଗୋଲ୍ଡ ଜିତିଥିବା ପ୍ରମୋଦଙ୍କୁ ନିକଟରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି ।
ପ୍ରମୋଦଙ୍କ ସହିତ ଅନ୍ୟ ଷ୍ଟାର ଆକର୍ଷଣ ମଧ୍ୟରେ ନଜର ଆସିବେ କ୍ରୀଷ୍ଣା ନାଗର, ସୁହାସ ୟାଥିରାଜ, ମନୋଜ ସରକାର, ସୁକାନ୍ତ କଦମ, ପାରୁଲ ପରମାର, ମାନସୀ ଜୋଷୀ, ପଲକ କୋହଲି, ତରୁଣ ଧିଲନ, ପ୍ରେମ କୁମାର ଅଲେ, ରାଜ କୁମାର ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ