ପ୍ୟାରିସ: ଚଳିତ ଓରଲିନସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରୁ ସନିବାର ବାଦ୍ ପଡିଲେ ଭାରତୀୟ ଷ୍ଟାର ସର୍ଟଲର ସାଇନା ନେହୱାଲ । ସେମିଫାଇନାଲ ମୁକାବିଲାରେ ଡେନମାର୍କର ଲିନ ଖ୍ରୀଷ୍ଟୋଫେରସନଙ୍କ ଠାରୁ ହାରିବା ପରେ ସାଇନାଙ୍କ ଅଭିଯାନ ଶେଷ ହୋଇଛି ।
28 ମିନିଟ ଧରି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଡେନମାର୍କ ଖେଳାଳି 21-17, 21-17 ସିଧାସେଟ୍ରେ ସାଇନାଙ୍କୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଆକ୍ରମଣାତ୍ମକ ରଣନୀତି ଆପଣାଇ ସଂପୂର୍ଣ୍ଣ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ ସହ ସାଇନାକୁ କମବ୍ୟାକ କରିବାକୁ କୌଣସି ସୁଯୋଗ ଦେଇନଥିଲେ ଲିନ ।
ଅନ୍ୟଏକ ମ୍ୟାଚରେ ଭାରତୀୟ ମହିଳା ଡବଲ୍ଡ ଯୋଡି ଅଶ୍ବିନୀ ପୋନାପ୍ପା ଓ ଏନ ସିକି ରେଡ୍ଡି ସେମିରେ ଥାଇଲାଣ୍ଡର ଜୋଙ୍ଗକୋଲଫନ କିଟିଥାରାକୁଲ ଓ ରାୱିନ୍ଦା ପ୍ରାଜୋଙ୍ଗଜାଇଙ୍କ ଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ