ETV Bharat / sports

ଓରଲିନସ ମାଷ୍ଟର୍ସ: ସେମିରେ ଡବଲ୍ସ ଯୋଡି ଅଶ୍ବିନି-ସିକି

author img

By

Published : Mar 26, 2021, 9:02 PM IST

ଓରଲିନସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲରେ ଭାରତୀୟ ମହିଳା ଡବଲ୍ସ ଯୋଡି ଅଶ୍ବିନି ପୋନାପ୍ପା ଓ ଏନ ସିକି ରେଡ୍ଡି । ଅଧିକ ପଢନ୍ତୁ...

Orleans Masters: Doubles pair of Ashwini-Sikki reach semis
ଓରଲିନସ ମାଷ୍ଟର୍ସ: ସେମିରେ ଡବଲ୍ସ ଯୋଡି ଅଶ୍ବିନି-ସିକି

ପ୍ୟାରିସ: ଚଳିତ ଓରଲିନସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଭାରତୀୟ ମହିଳା ଡବଲ୍ସ ଯୋଡି ଅଶ୍ବିନି ପୋନାପ୍ପା ଓ ଏନ ସିକି ରେଡ୍ଡି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

41 ମିନିଟ ଧରି ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମୁକାବିଲାରେ ଇଂଲଣ୍ଡର ଚୋଲେ ବିର୍ଚ ଓ ଲାଉରେନ ସ୍ମିଥଙ୍କୁ 21-14, 21-18ରେ ହରାଇ ସେମିରେ ପ୍ରବେଶ କରିଛନ୍ତି ଭାରତୀୟ ଯୋଡି ।

ଅନ୍ୟପଟେ ଭାରତୀୟ ପୁରୁଷ ଡବଲ୍ସ ଯୋଡି କ୍ରୀଷ୍ଣା ପ୍ରସାଦ ଗରଗା ଓ ବିଷ୍ଣୁ ବର୍ଦ୍ଧନ ଗୌଡ ପଞ୍ଜଲା ସ୍ଥାନୀୟ ଖେଳାଳି ଖ୍ରୀଷ୍ଟୋ ପୁପାଭ ଓ ଟୋମା ଜୁନିୟର ପୁପୋଭଙ୍କୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.