ହାଇଦ୍ରାବାଦ: BWF ବିଶ୍ବ ଚାମ୍ପିଅନସିପ୍ରେ ରୌପ୍ୟ ଜିତି ମୁଁ ବହୁତ ଖୁସି । ସଫଳତାର ଉତ୍ସାହ ମନେଇବାକୁ ସମୟ ନାହିଁ ଆଗାମୀ ବର୍ଷ ମୋ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ । ଏମିତି କିଛି କହିଛନ୍ତି ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି କାଦମ୍ବି ଶ୍ରୀକାନ୍ତ । ବିଶ୍ବ ଚାମ୍ପିଅନସିପ୍ରେ (BWF World championships) ଐତିହାସିକ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଏହି ଭାରତୀୟ ଷ୍ଟାର ସର୍ଟଲର । ପୁରୁଷ ଏକକ ଫାଇନାଲରେ ସିଙ୍ଗାପୁରର ଲୋହ କିନ୍ ୟିଉଙ୍କ ଠାରୁ ପରାସ୍ତ ହେବାସହ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ଶ୍ରୀକାନ୍ତ ।
ଚାମ୍ପିଅନସିପ୍ ପରେ ନିଜ ଘର ହାଇଦ୍ରାବାଦକୁ ଫେରିଛନ୍ତି ଶ୍ରୀକାନ୍ତ । ଏହାପରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ସେ କହିଛନ୍ତି ରୌପ୍ୟ ପଦକ ଜିତି ମୁଁ ବହୁତ ଖୁସି । ହେଲେ ସଫଳତାର ଉତ୍ସାହ ମନେଇବାକୁ ସମୟ ନାହିଁ ଆଗାମୀ ବର୍ଷ ମୋ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ । ଜାନୁଆରୀ ୧୦ରୁ ଇଣ୍ଡିଆ ଓପନ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚରେ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ଏହା ପରେ କମନୱେଲଥ ଗେମସ ଆରମ୍ଭ ହେବ । ପରେ ପରେ ଏସିଆ ଗେମ୍ସ ଆରମ୍ଭ ହେବ । ମୋତେ ଏ ନେଇ ପ୍ରସ୍ତୁତ ହେବାକୁ ପଡିବ ବୋଲି କହିଛନ୍ତି ଶ୍ରୀକାନ୍ତ ।
ସେ ଆହୁରି କହିଛନ୍ତି ଆଗକୁ ଏହି ଭଳି ଭଲ ପ୍ରଦର୍ଶନ ଜାରି ରଖିବି । ଏତେ ବଡ ଟୁର୍ଣ୍ଣାମେଣ୍ଟରେ ଖେଳିବା ମାନେ ଚାପ ରହିବ । ହେଲେ ସବୁ ଚାପକୁ ମୁକାବିଲା କରି ପ୍ରଦର୍ଶନ ଉପରେ ଫୋକସ କରିବାକୁ ପଡିବ । ସେମିରେ ଲକ୍ଷ୍ୟଙ୍କ ସହିତ ହୋଇଥିବା ମୁକାବିଲାକୁ ଶ୍ରାକାନ୍ତ କହିଛନ୍ତି ଲକ୍ଷ୍ୟଙ୍କ ସହ ଅନେକ ଦିନ ହେବ ଖେଳି ନଥିଲି ସେ ବର୍ତ୍ତମାନ ତାଙ୍କ ପ୍ରଦର୍ଶନ ଉପରେ ଫୋକସ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ