ଡେନମାର୍କ: କୋରୋନା ଭାଇରସ କାରଣରୁ ପ୍ରାୟ 7ମାସର ବ୍ରେକ ପରେ କୋର୍ଟକୁ ଫେରିଥିଲେ ଭାରତର ଷ୍ଟାର ଯୁବ ଖେଳାଳି ଲକ୍ଷ୍ୟ ସେନ । କିନ୍ତୁ ଗୁରୁବାର ଦିନ ଡେନମାର୍କ ଓପନ ର 2ୟ ରାଉଣ୍ଡରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ।
ଲକ୍ଷ୍ୟ ସ୍ଥାନୀୟ ଖେଳାଳି ହେନ୍ସ କ୍ରିଷ୍ଟିୟନ ସୋଲବର୍ଗ ଓ୍ବିଣ୍ଟିହଗସଙ୍କ ଠାରୁ 21-15, 7-21, 27-21 ସେଟ୍ରେ ପରାସ୍ତ ହୋଇଛନ୍ତି । ଏହି ମୁକାବିଲା 55ମିନିଟ୍ର ଚାଲିଥିଲା ।
ଏହା ପୂର୍ବରୁ ବିଶ୍ବର ଏହି 27 ନଂ ଭାରତୀୟ ଖେଳାଳି ପ୍ରଥମ ରାଉଣ୍ଡରେ ଫ୍ରାନ୍ସର କ୍ରିଷ୍ଟୋ ପୋପୋଓ୍ବକୁ 21-9, 21-15 ସେଟ୍ରେ ପରାସ୍ତ କରିଥିଲେ ।