ETV Bharat / sports

କୋରିଆ ମାଷ୍ଟର୍ସ: 2ୟ ରାଉଣ୍ଡରେ ଶ୍ରୀକାନ୍ତ-ସମୀର

ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଭାରତୀୟ ଷ୍ଟାର ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ ଓ ସମୀର ବର୍ମା କୋରିଆ ମାଷ୍ଟର୍ସ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

author img

By

Published : Nov 20, 2019, 5:55 PM IST

କୋରିଆ ମାଷ୍ଟର୍ସର 2ୟ ରାଉଣ୍ଡରେ ଶ୍ରୀକାନ୍ତ-ସମୀର

ଗ୍ବାଙ୍ଗଜୁ(କୋରିଆ): ଏଠାରେ ଚାଲିଥିବା କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଛି । ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଭାରତୀୟ ଷ୍ଟାର ସଟଲର କିଦାମ୍ବୀ ଶ୍ରୀକାନ୍ତ ଓ ସମୀର ବର୍ମା ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ବୁଧବାର ଚତୁର୍ଥ ସିଡ ଖେଳାଳି ଶ୍ରୀକାନ୍ତ ହଂକଂର ଓ୍ବଙ୍ଗ୍‌ ଓ୍ବିଙ୍ଗ୍‌ କି ଭିନ୍‌ସେଣ୍ଟଙ୍କୁ ୨୧-୧୮, ୨୧-୧୭ରେ ମାତ୍ର ୩୭ ମିନିଟରେ ପରାସ୍ତ କରିଥିଲେ ।

ଅନ୍ୟପଟେ ଜାପାନ ସଟଲର କାଜୁମାସା ସାକାଇ ଅଧାରୁ ଓହରି ଯିବାରୁ ସମୀର ବର୍ମା ତାଙ୍କ ବ୍ୟକ୍ତିଗତ ଇଭେଣ୍ଟରେ ବିଜୟ ଲାଭ କରିଛନ୍ତି । ସମୀର ପ୍ରଥମ ସେଟରେ ୧୧-୮ରେ ଅଗ୍ରଣୀ ରହିଥିଲେ । ସମୀର ତାଙ୍କ ପରବର୍ତ୍ତୀ ମ୍ୟାଚ୍‌ରେ ଡନ୍‌ଘୁନ୍‌ଙ୍କୁ ଭେଟିବେ । ସେହିପରି ଶ୍ରୀକାନ୍ତ ତାଙ୍କ 2ୟ ରାଉଣ୍ଡରେ ଜାପାନ କାଣ୍ଟା ସୁନେୟାମାଙ୍କୁ ଭେଟିବେ ।

ଅନ୍ୟପଟେ ସୌରଭ ବର୍ମା ପ୍ରଥମ ରାଉଣ୍ଡ ମୁକାବିଲାରେ ସ୍ଥାନୀୟ ଖେଳାଳି କିମ୍‌ ଡନଘୁନଙ୍କଠାରୁ ୨୧-୧୩, ୧୨-୨୧, ୧୩-୨୧ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.