ETV Bharat / sports

ଇଣ୍ଡିଆ ଓପନ୍: ସେମିରେ ପହଁଚିଲେ ଶ୍ରୀକାନ୍ତ ଓ କଶ୍ୟପ୍ - parupalli kashyap

ଭାରତୀୟ ସଟଲର କିଦାମ୍ବୀ ଶ୍ରୀକାନ୍ତ ଓ ପରୁପଲ୍ଲୀ କଶ୍ୟପ ଚଳିତ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଁଚିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Mar 30, 2019, 12:06 AM IST

ନୂଆଦିଲ୍ଲୀ: ଭାରତୀୟ ସଟଲର କିଦାମ୍ବୀ ଶ୍ରୀକାନ୍ତ ଓ ପରୁପଲ୍ଲୀ କଶ୍ୟପ ଚଳିତ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଁଚିଛନ୍ତି । ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟରଫାଇନାଲରେ ଶ୍ରୀକାନ୍ତ ନିଜ ଦେଶର ବି. ସାଇ ପ୍ରଣୀତଙ୍କୁ ୨୧-୨୩, ୨୧-୧୧, ୨୧-୧୯ ଗେମରେ ପରାସ୍ତ କରିଛନ୍ତି । ସେହିପରି କଶ୍ୟପ ଚାଇନିଜ ତାଇପେଇର ୱାଙ୍ଗ ଜୁ ୱେଇଙ୍କୁ ସିଧାସଳଖ ୨୧-୧୬, ୨୧-୧୧ ଗେମରେ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି।

badminten
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଶ୍ରୀକାନ୍ତ ନିଜର ଶେଷ ୯ ଟୁର୍ଣ୍ଣାମେଣ୍ଟରେ ୮ଥର କ୍ୱାର୍ଟରଫାଇନାଲ ମୁକାବିଲା ଜିତିଛନ୍ତି ।ସେହିପରି ଭାରତର ଅନ୍ୟତମ ତାରକା ଏଚଏସ ପ୍ରଣୟ କ୍ୱାର୍ଟରଫାଇନାଲରେ ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କଠାରୁ ୧୦-୨୧, ୧୬-୨୧ ଗେମରେ ହାରି ବିଦାୟ ନେଇଛନ୍ତି। ସେମିରେ ଶ୍ରୀକାନ୍ତଙ୍କ ସାମ୍ନା ଜୁଜିଆଙ୍ଗ ହୁଆଙ୍କ ସହ ଏବଂ କଶ୍ୟପଙ୍କ ସାମ୍ନା ଭିକ୍ଟରଙ୍କ ସହ ହେବ ।

Intro:Body:

କଟକ: କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ ଗଡ଼ । ଯେଉଁଠି ଲୋକମାନେ ବିଜୁ ବାବୁଙ୍କ ସେବା ଆଉ ଆଦର୍ଶରେ ବେଶ ଅନୁପ୍ରାଣିତ। ସେଠାରୁ ହିଁ ମୁଁ ନିର୍ବାଚନ ଲଢ଼ିବାକୁ ଯାଉଛି । ଆଉ ଦଳ ମଧ୍ୟ ମୋ ଉପରେ ଆସ୍ଥା ରଖିଛି । ଯାହାକୁ ମୁଁ କେବେ ବି କ୍ଷୂର୍ଣ୍ଣ କରିବନି ବୋଲି କହିଛନ୍ତି କେନ୍ଦ୍ରାପଡା ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି।

ବିଜୁ ପଟ୍ଟନାୟକ ସର୍ବଦା ଲୋକମାନଙ୍କ ସହ ରହିଥିଲେ ଆଉ ଆଜି ବି ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରାପଡା ବାସୀଙ୍କ ପାଇଁ ସେହି ବିକାଶ ମୂଳକ କାମ କରିଆସୁଛନ୍ତି । ଆଉ ଏହି କାମକୁ ତ୍ବରାନିତ କରିବା ଦାୟିତ୍ବ ମୋ ଉପରେ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।। ଯାହାକୁ ମୁଁ ସସମ୍ମାନେ ନିର୍ବାହ କରିବି ବୋଲି କହିଛନ୍ତି ଅନୁଭବ। 

କେନ୍ଦ୍ରାପଡା ଲୋକସଭା ନିର୍ବାଚନରେ ହେବ ହେଭିୱେଟ ଫାଇଟ । ଯେଉଁଥିରେ ମୁହାଁମୁହିଁ ହେବେ 3 ପ୍ରମୁଖ ଦଳ । ବିଜେଡିରୁ ଅନୁଭବ ମହାନ୍ତି, ବିଜେପିରୁ ବୈଜୟନ୍ତ ପଣ୍ଡା ଓ କଂଗ୍ରେସରୁ ଧରଣୀଧର ନାୟକଙ୍କ ମଧ୍ୟରେ ହେବ ମହା ଲଢେଇ । 

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.