ETV Bharat / sports

BWF World Championship: ଫାଇନାଲରେ ଶ୍ରୀକାନ୍ତ, ରୌପ୍ୟ ସୁନିଶ୍ଚିନ୍ତ

ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରେ (BWF World Championship) ଫାଇନାଲ୍‌ରେ ପ୍ରଥମ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ଉନ୍ନୀତ ହୋଇଛନ୍ତି ଶ୍ରୀକାନ୍ତ । ଅଧିକ ପଢ଼ନ୍ତୁ

author img

By

Published : Dec 19, 2021, 7:44 AM IST

Updated : Dec 19, 2021, 8:12 AM IST

ଫାଇନାଲରେ ଶ୍ରୀକାନ୍ତ, ରୌପ୍ୟ ସୁନିଶ୍ଚିନ୍ତ
ଫାଇନାଲରେ ଶ୍ରୀକାନ୍ତ, ରୌପ୍ୟ ସୁନିଶ୍ଚିନ୍ତ

ମାଦ୍ରିଦ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରେ (BWF World Championship)ରେ ଭାରତକୁ ସଫଳତା । ପ୍ରଥମ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ଫାଇନାଲ୍‌ରେ ଉତୀର୍ଣ୍ଣ ହୋଇ ଇତିହାସ ସୃଷ୍ଟି କରିଛନ୍ତି କିଦାମ୍ବି ଶ୍ରୀକାନ୍ତ । ସବୁ ଆକଳନକୁ ଭୁଲ ପ୍ରଣାଣିତ କରି ଭାରତର ଏହି ଅଭିଜ୍ଞ ଖେଳାଳି ଚଳିତ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି ।

ଅନୁଷ୍ଠିତ ସେମିଫାଇନାଲରେ ୧୭-୨୧, ୨୧-୧୪, ୨୧-୧୭ ଗେମରେ ଲକ୍ଷ୍ୟ ସେନଙ୍କୁ ହରାଇ ଫାଇନାଲରେ ପହଞ୍ଚିଛନ୍ତି । ଅନ୍ୟପଟେ ଲକ୍ଷ୍ୟ ସେନ ବ୍ରୋଞ୍ଜରେ ସନ୍ତୁଷ୍ଟ ଅଛନ୍ତି । ସେମିଫାଇନାଲରେ ଦୁଇ ଭାରତୀୟ ଲକ୍ଷ୍ୟ ଓ ଶ୍ରୀକାନ୍ତ ପରସ୍ପରକୁ ଭେଟିଥିଲେ । ମ୍ୟାଚକୁ ନେଇ ଭାରତାୟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ ସ୍ତରରେ ଉଭୟ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହୋଇଥିଲେ ।

ପ୍ରଥମ ଗେମରୁ ହିଁ ପ୍ରତି ପଏଣ୍ଟ ପାଇଁ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ୨୦ ବର୍ଷୀୟ ଲକ୍ଷ୍ୟ ସେନ ଦମଦାର ପ୍ରଦର୍ଶନ କରି ଏକଦା ୧୪-୧୧ରେ ଅଗ୍ରଣୀ ହାସଲ କରଥିଲେ । ଶ୍ରୀକାନ୍ତ ପ୍ରତ୍ୟାବର୍ତ୍ତନ କରି ସ୍ଥିତି ୧୬-୧୬ରେ ବରାବର କରିଥିଲେ । ଏହାପରେ ଲକ୍ଷ୍ୟ ବିନା ତ୍ରୁଟିରେ ୨୧-୧୭ରେ ପ୍ରଥମ ଗେମ ଅକ୍ତିଆର କରିଥିଲେ । ଦ୍ବିତୀୟ ଗେମରେ ସେ ପ୍ରଥମରୁ ୮-୪ରେ ଆଗୁଆ ରହିଥିଲେ । ସହଜରେ ଲକ୍ଷ୍ୟ ବାଜିମାତ କରିବା ଆଶା କରାଯାଉଥିଲା ହେଲେ ଶ୍ରୀକାନ୍ତ ୨ ପଏଣ୍ଟ ସହିତ ମ୍ୟାଚକୁ ଫେରିଥିଲେ । ଏହାପରେ ସେ କ୍ରମାନ୍ବୟରେ ୬ ପଏଣ୍ଟ ହାସଲ କରି ୧୨-୯ ରେ ଆଗୁଆ ହୋଇଥିଲେ ।

ଏହାପରେ ଲକ୍ଷ୍ୟଙ୍କର ମ୍ୟାଚକୁ ଫେରିବାର ସବୁ ବାଟ ବନ୍ଦ ହୋଇଯାଇଥିଲା । ଶ୍ରୀକାନ୍ତ ୨୧-୧୪ରେ ବିଜୟ ସହ ସ୍ଥିତି ବରାବର କରିଥିଲେ । ଅନ୍ତିମ ଗେମରେ ଲକ୍ଷ୍ୟ ଏକଦା ୧୩-୯ରେ ଆଗୁଆ ରହିଥିଲେ । ସ୍ଥିତି ୧୬-୧୬ରେ ବରାବର ରହିଥିଲା । ଶେଷରେ ଶ୍ରୀକାନ୍ତ ଅଭିଜ୍ଞତା ଫାଇଦା ଉଠାଇ ବାଜିମାତ କରିଥିଲେ । ଲକ୍ଷ୍ୟଙ୍କୁ ବ୍ରୋଞ୍ଜ ମିଳିବା ସହ ଶ୍ରୀକାନ୍ତ ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ଥର ପାଇଁ ଭାରତକୁ ୨ଟି ପଦକ ମିଳିଛି ।

@ANI

Last Updated : Dec 19, 2021, 8:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.