ଜାକର୍ତ୍ତା(ଇଣ୍ଡୋନେସିଆ): ଚଳିତ ଇଣ୍ଡୋନେସିଆ ଓପନର କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ଦୁଇଥରର ଅଲମ୍ପିକ ପଦକ ବିଜେତା ତଥା ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ(PV Sindhu) । ଜର୍ମାନ ବ୍ୟାଡମିଣ୍ଟନ ଖେଳାଳି ୟଭୋନେ ଲିଙ୍କୁ ୨୧-୧୨, ୨୧-୧୮ ସେଟ୍ରେ ହରାଇଛନ୍ତି ସିନ୍ଧୁ ।
୩୭ ମିନିଟ୍ ଧରି ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଭାବୀ ପ୍ରଦର୍ଶନ ସହ ଏକତରଫା ବିଜୟ ହାସଲ କରିଛନ୍ତି ସିନ୍ଧୁ ।
ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣାଇ ଖେଳିଥିଲେ ସିନ୍ଧୁ । ପ୍ରଥମ ସେଟ୍କୁ ଲଗାତାର ୭ଟି ପଏଣ୍ଟ ହାସଲ କରି ୨୧-୧୨ରେ ସହଜରେ ଜିତି ନେଇଥିଲେ । ଦ୍ବିତୀୟ ସେଟ୍ରେ ଜର୍ମାନ ଖେଳାଳି ସାମାନ୍ୟ ଟକ୍କର ଦେଇଥିଲେ। ମାତ୍ର ସିନ୍ଧୁ ୨୧-୧୮ରେ ବାଜି ମାରିନେଇଥିଲେ ।
ବୁଧବାର ସିନ୍ଧୁ ଜାପାନର ଆୟ ଓହରିଙ୍କୁ ୧୭-୨୧, ୨୧-୧୭, ୨୧-୧୭ରେ ହରାଇ ପ୍ରି-କ୍ବାର୍ଟରରେ ପହଞ୍ଚିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ