ପ୍ୟାରିସ: ରବିବାର ଦିନ ଭାରତୀୟ ବ୍ୟାଡମିଣ୍ଟନ ଯୋଡି ସାତ୍ବିକ ସାଇରାଜ-ଚିରାଗ ଫ୍ରେଞ୍ଚ ଓପନରେ ରୌପ୍ୟ ପଦକ ହାସଲ କରିଛନ୍ତି । ତେବେ ଫାଇନାଲ ମ୍ୟାଚରେ ଭାରତୀୟ ଯୋଡି ଇଣ୍ଡୋନେସିଆ ଯୋଡି ଠାରୁ ପରାସ୍ତ ହୋଇ 2ୟ ସ୍ଥାନ ଅଧିକାର କରିଛନ୍ତି ।
ଫ୍ରେଞ୍ଚ ଓପନ ଫାଇନାଲ ମ୍ୟାଚରେ ଇଣ୍ଡୋନେସିଆ ଯୋଡି କେଭିନ-ମାର୍କସଙ୍କ ଠାରୁ ଭାରତୀୟ ଯୋଡି ସାତ୍ବିକ ସାଇରାଜ-ଚିରାଗ 18-21,16-21 ସେଟ୍ରେ ପରାଜୟ ହୋଇଛନ୍ତି ।
ସୂଚନାଥାଉକି, ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ ଭାରତୀୟ ଯୋଡି ଗାଙ୍ଗୁଲି-ବିକ୍ରମ ପ୍ରଥମ ଥର ପାଇଁ 1983 ମସିହାରେ ଜିତିଥିଲେ । ଏଯାଏଁ ଏହି ଟାଇଟାଲ ଭାରତ ନିଜ ନାଁରେ କରି ପାରିନାହିଁ ।