ETV Bharat / sports

ହଂକଂ ଓପନ: ସେମିରୁ ଶ୍ରୀକାନ୍ତଙ୍କ ଯାତ୍ରା ଶେଷ

କିଦାମ୍ବୀ ଶ୍ରୀକାନ୍ତ ଶନିବାର ସେମିଫାଇନାଲ ମ୍ୟାଚରେ ପରାସ୍ତ ହୋଇଛନ୍ତି ।

author img

By

Published : Nov 16, 2019, 8:42 PM IST

ହଂକଂ ଓପନ୍‌

ହଂକଂ: ଚଳିତ ହଂକଂ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଯାତ୍ରା ଶେଷ ହୋଇଛି । ଏକମାତ୍ର ସର୍ଟଲର ଭାବେ ଟୁର୍ଣ୍ଣାମେଣ୍ଟରେ ଆଗେଇ ଚାଲିଥିବା କିଦାମ୍ବୀ ଶ୍ରୀକାନ୍ତ ଶନିବାର ସେମିଫାଇନାଲ ମ୍ୟାଚରେ ପରାସ୍ତ ହୋଇଛନ୍ତି । ସେ ସ୍ଥାନୀୟ ସର୍ଟଲର ଲି ଚିଉକ୍ ୟିଉଙ୍କ ନିକଟରୁ ସିଧାସଳଖ 9-21, 23-25 ଗେମରେ ପରାସ୍ତ ହୋଇଛନ୍ତି ।

ମିଡ ବ୍ରେକ ପୂର୍ବରୁ 3-11ରେ ପଛୁଆ ଚାଲୁଥିବା ଶ୍ରୀକାନ୍ତ 9-11 ପ୍ରଥମ ଗେମରେ ପରାସ୍ତ ହୋଇଥିଲେ । ମାତ୍ର 2ୟ ଗେମରେ ଆକ୍ରମକ ପ୍ରଦର୍ଶନ କରି ବ୍ରେକ ପୂର୍ବରୁ 11-8ରେ ଆଗୁଆ ରହିଥିଲେ । କିନ୍ତୁ 2ୟ ଗେମର ଶେଷ ଭାଗକୁ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଲି ଚିଉକ୍ ୟିଉ । ଶେଷରେ 25-23ରେ ସେ ଗେମକୁ ଜିତି ନେଇଥିଲେ । ତେବେ ସିଧାସଳଖ ଦୁଇଟି ଗେମରେ ପରାସ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟରେ ପରାଜିତ ହୋଇଥିଲେ ।

ଏହା ପୂର୍ବରୁ ଶ୍ରୀକାନ୍ତ କ୍ୱାର୍ଟରଫାଇନାଲରେ ଚାଇନାର ଚେନ୍ ଲଙ୍ଗଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ । ଏହି ମ୍ୟାଚର ପ୍ରଥମ ଗେମକୁ 21-13ରେ ଜିତି ଶ୍ରୀକାନ୍ତ ଆଗୁଆ ଥିଲା ବେଳେ ଚେନ୍ ଲଙ୍ଗ ଆହତ କାରଣରୁ ଅଧାରୁ ଓହରିଯାଇଥିଲେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.