ହାଇଦ୍ରାବାଦ: ଦୁବାଇ ପାରା-ବ୍ୟାଡମିଣ୍ଟନ ପୁରୁଷ ଏକକ ଟାଇଟେଲ ଜିତିଲେ ଓଡିଆ ପୁଅ ପ୍ରମୋଦ ଭଗତ ।
ବିଶ୍ବ ପାରା-ବ୍ୟାଡମିଣ୍ଟନ ମାନ୍ୟତାର ନମ୍ବର 1 ଖେଳାଳି ପ୍ରମୋଦ, ଫାଇନାଲରେ ଅନ୍ୟତମ ଭାରତୀୟ ଖେଳାଳି ନୀତେଶ କୁମାରଙ୍କୁ 21-17, 21-18ରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ଏହା ପ୍ରମୋଦଙ୍କ 17ତମ ଅନ୍ତର୍ଜାତୀୟ ପୁରୁଷ ଏକକ ଟାଇଟେଲ । ଏନେଇ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଓ ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଟ୍ବିଟ ଯୋଗେଁ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଯାଇଛି ।
ନୀତେଶ କୁମାର ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ।
ଅନ୍ୟପଟେ ଏହି ଟୁର୍ଣ୍ଣାମେଣ୍ଟର ଯୁଗଳ ବର୍ଗରେ ମଧ୍ୟ ଫାଇନାଲ ମ୍ୟାଚ ଖେଳିବେ ପ୍ରମୋଦ । ଫଳରେ ଆଉ ଏକ ସ୍ବର୍ଣ୍ଣ ପଦକ ଲକ୍ଷ୍ୟରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ