ETV Bharat / sports

Denmark Open: ପ୍ରଣୀତଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ କିଦାମ୍ବୀ

୨୧-୧୪, ୨୧-୧୧ ସେଟ୍‌ରେ ବି ସାଇ ପ୍ରଣୀତଙ୍କୁ ହରାଇ ଡେନମାର୍କ ଓପନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କଲେ କିଦାମ୍ବୀ ଶ୍ରୀକାନ୍ତ । ଅଧିକ ପଢନ୍ତୁ...

author img

By

Published : Oct 19, 2021, 5:13 PM IST

Denmark Open: Kidambi defeats Praneeth to advance into 2nd round
Denmark Open: ପ୍ରଣୀତଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ କିଦାମ୍ବୀ

ଓଡେନ୍ସ(ଡେନମାର୍କ): ଚଳିତ ଡେନମାର୍କ ଓପନର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କଲେ କିଦାମ୍ବୀ ଶ୍ରୀକାନ୍ତ । ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ମଙ୍ଗଳବାର ଅନ୍ୟତମ ଭାରତୀୟ ଯୁବ ସର୍ଟଲର ବି ସାଇ ପ୍ରଣୀତଙ୍କୁ ସିଧାସଳଖ ସେଟ୍‌ରେ ହରାଇଛନ୍ତି ଶ୍ରୀକାନ୍ତ ।

୩୦ ମିନିଟ୍‌ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଶ୍ରୀକାନ୍ତ ୨୧-୧୪, ୨୧-୧୧ ସେଟ୍‌ରେ ପ୍ରଣୀତଙ୍କୁ ପରାସ୍ତ କରିଛନ୍ତି । ଏହି ବିଜୟ ସହ କିଦାମ୍ବୀ ଡେନମାର୍କର ଖେଳାଯାଉଥିବା ଏହି ୱାର୍ଲ୍ଡ ଟୁର୍‌ ସୁପର ୧୦୦ ଇଭେଣ୍ଟର ରାଉଣ୍ଡ ୧୬ରେ ପ୍ରବେଶ କରିଛନ୍ତି ।

ସଂପୂର୍ଣ୍ଣ ମ୍ୟାଚ୍‌ରେ ପ୍ରଭାବୀ ପ୍ରଦର୍ଶନ କରିବା ସହ ପ୍ରଣୀତଙ୍କୁ କୌଣସି ସୁଯୋଗ ଦେଇନଥିଲେ ଶ୍ରୀକାନ୍ତ । ଏହା ମଧ୍ୟ ପ୍ରମୀତଙ୍କ ବିପକ୍ଷରେ କିଦାମ୍ବୀଙ୍କ କ୍ରମାଗତ ତୃତୀୟ ବିଜୟ । ଉଭୟ ଖେଳାଳି ଶେଷ ଥର ଥୋମାସ କପ୍‌ କ୍ବାର୍ଟର-ଫାଇନାଲ୍‌ରେ ସାମ୍ନାସାମ୍ନି ହୋଇଥିଲେ । ପରେ ଡେନମାର୍କ ଠାରୁ ପରାସ୍ତ ହୋଇଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.