ETV Bharat / sports

ଟ୍ବିଟ କରି ଫସିଲା କଂଗ୍ରେସ; 'ସିନ୍ଧୁ ତୁମେ ତୁମ ଦେଶକୁ ଗର୍ବିତ କରିଛ'

author img

By

Published : Aug 27, 2019, 4:48 PM IST

Updated : Aug 27, 2019, 5:03 PM IST

ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଇତିହାସ ରଚିଛନ୍ତି ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ । କଂଗ୍ରେସର ‘ସିନ୍ଧୁଙ୍କୁ ଶୁଭେଚ୍ଛା ଟ୍ବିଟ୍’ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

ଫଟୋ ସୌଜମନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଇତିହାସ ରଚିଛନ୍ତି ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ । ପ୍ରଥମ ଭାରତୀୟ ଭାବେ ଆଣିଛନ୍ତି ସ୍ବର୍ଣ୍ଣ । ଭାରତୀୟ ଲଳନା ସିନ୍ଧୁଙ୍କୁ ଏହି ଐତିହାସିକ ଉପଲବ୍ଧି ପାଇଁ ଦେଶ ବିଦେଶରୁ ଛୁଟିଛି ଶୁଭେଚ୍ଛା । ପ୍ରଧାନମନ୍ତ୍ରୀଙ୍କଠାରୁ ବଲିଉଡ ତାରକା ଯାଏ, ସିନ୍ଧୁଙ୍କୁ ଜଣାଉଛନ୍ତି ଶୁଭକାମନା । ମାତ୍ର ଏହାରି ଭିତରେ କଂଗ୍ରେସର ‘ସିନ୍ଧୁଙ୍କୁ ଶୁଭେଚ୍ଛା ଟ୍ବିଟ୍’ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

କଂଗ୍ରେସର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରୁ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଏକ ଟ୍ବିଟ କରାଯାଇଛି । ଯେଉଁଥିରେ କଂଗ୍ରେସ ଲେଖିଛି, 'ସିନ୍ଧୁ ତୁମେ ତୁମ ଦେଶକୁ ଗର୍ବିତ କରିଛ' । ଏମିତି ରହିଛି କଂଗ୍ରେସର ଟ୍ବିଟ-

"ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ବର୍ଣ୍ଣ ଜିତିଥିବାରୁ

ସିନ୍ଧୁ ତୁମକୁ ଶୁଭେଚ୍ଛା । ତୁମେ ତୁମ ଦେଶକୁ ଗର୍ବିତ କରିଛ।"

‘Your Nation Proud’ Tweet'
ଫଟୋ ସୌଜମନ୍ୟ- ସୋସିଆଲ ମିଡିଆ

ତେବେ କଂଗ୍ରେସର ଏହି ଟ୍ବିଟ୍‌ ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହେବା ସହିତ ୟୁଜର୍ସ ଏହାକୁ ଟ୍ରୋଲ କରୁଛନ୍ତି । "ତୁମ ଦେଶକୁ" କଂଗ୍ରେସର ଏହି ତେରଛା ବାଣକୁ ଖୁବ ଟ୍ରୋଲ କରାଯାଉଛି । ଜଣେ ଟ୍ବିଟର ଯୁଜର୍ସ ଲେଖିଛନ୍ତି, କଂଗ୍ରେସର ଏହି ଟ୍ବିଟ ସୁଚାଉଛି, କଂଗ୍ରେସ ଭାରତର ଜାତୀୟ ଦଳ ନୂହେଁ । ବରଂ ଏହା ଇଟାଲୀର ଜାତୀୟ ଦଳ । ସେହିପରି ଆଉ ଜଣେ ଟ୍ବିଟର ହ୍ୟାଣ୍ଡେଲକାରୀ ଲେଖିଛନ୍ତି, କଂଗ୍ରେସର ଦେଶ ପ୍ରତି ଚିନ୍ତାଧାର କଣ ତାହା ଏହି ପଂକ୍ତିରୁ ସ୍ପଷ୍ଟ । ସେହି ପରି ଅନ୍ୟ ଜଣେ ଟ୍ବିଟର ହ୍ୟାଣ୍ଡେଲକାରୀ ଲେଖିଛନ୍ତି, ସିନ୍ଧୁ ଆମ ଦେଶକୁ ଗର୍ବିତ କରିଛନ୍ତି । ଇଟାଲୀକୁ ନୁହେଁ ।

‘Your Nation Proud’ Tweet'
ଫଟୋ ସୌଜମନ୍ୟ- ସୋସିଆଲ ମିଡିଆ
‘Your Nation Proud’ Tweet'
ଫଟୋ ସୌଜମନ୍ୟ- ସୋସିଆଲ ମିଡିଆ

ତେବେ ପ୍ରକୃତରେ କଂଗ୍ରେସର ଏହି ଟ୍ବିଟକୁ ବିଚାର କଲେ, ଏହି ପ୍ରଶ୍ନ ସାମ୍ନାକୁ ଆସୁଛି...

  • କଂଗ୍ରେସର ଏହି ଟ୍ବଟର ଅର୍ଥ କଣ ?
  • ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଲୁଚିନାହିଁ ତ ?
  • ଯଦି ହଁ, ତେବେ ଜଣେ କ୍ରୀଡାବିତଙ୍କ ସଫଳତାକୁ ରାଜନୀତିକରଣ କରିବା କେତେ ଦୂର ଯଥାର୍ଥ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
Last Updated : Aug 27, 2019, 5:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.