ହାଇଦ୍ରାବାଦ: ଚାଇନା ଓପନର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି 2ଭାରତୀୟ ସର୍ଟଲର ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି । ପୁରୁଷ ଡବଲ୍ସ ବର୍ଗରେ ଭାରତୀୟ ଖେଳାଳି ଜାପାନର ହିରୋୟୁକି ଇଣ୍ଡୋ-ୟୁତା ୱାତାନବେ ଯୋଡିଙ୍କୁ 21-18, 1-23, 21-11 ସେଟରେ ପରାସ୍ତ କରିଛନ୍ତି ।
ପ୍ରଥମ ସେଟକୁ ଭାରତୀୟ ଯୋଡି ଜିତିବା ପରେ, 2ୟ ସେଟ କଡ୍ଡା ମୁକାବିଲା ମଧ୍ୟରେ ଜାପାନ ଖେଳାଳି ବିଜୟୀ ହୋଇଥିଲେ । ଶେଷ ତଥା ନିର୍ଣ୍ଣାୟକ ସେଟରେ ସାତ୍ତ୍ବିକ-ଚିରାଗ ଯୋଡି 21-11 ସେଟରେ ଏକତରଫା ବିଜୟୀ ହୋଇ କ୍ବାର୍ଟରଫାଇନାଲରେ ସ୍ଥାନ ପକ୍କା କରିଥିଲେ।
ପୂର୍ବରୁ ଏହି ଯୋଡି ଚଳିତ ବର୍ଷ ଅଗଷ୍ଟରେ ଥାଇଲାଣ୍ଡ ଓପନ ଟାଇଟେଲ ହାତେଇ ସାରିଛନ୍ତି। ଫ୍ରେଞ୍ଚଓପନ ଫାଇନାଲରେ ମଧ୍ୟ ନିକଟରେ ପ୍ରବେଶ କରିଥିଲେ ଏହି ଭାରତୀୟ ବ୍ୟାଡମିଣ୍ଟନ ଯୋଡି । ସେମିଫାଇନାଲ ଟିକେଟ ପାଇଁ ଚାଇନାର ଲି ଜୁନ ହୁଇ-ଲିୟୁ ୟୁ ଚେନଙ୍କ ସହ ଲଢେଇ ହେବ।