ଭୁବନେଶ୍ବର: ବ୍ରାଜିଲ ଇଣ୍ଟରନ୍ୟାସନାଲ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍ରେ ଚମକିଲେ ଓଡିଆ ପୁଅ । ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଓଡିଆ ପୁଅ ପ୍ରମୋଦ ଭଗତ ଚମ୍ପିଆନ ହୋଇଛନ୍ତି । ସେହିପରି ଡବଲ୍ସ ଇଭେଣ୍ଟରେ ଭାରତୀୟ ଯୋଡି ପ୍ରମୋଦ-ମନୋଜ ଚୀନର ଯୋଡିଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି ।
ସିଙ୍ଗଲ ଫାଇନାଲରେ ପ୍ରମୋଦ ତଦାଙ୍କର ପ୍ରତିଦ୍ବନ୍ଦୀ ମନୋଜ ସରକାରଙ୍କୁ 22-20,23-21ସେଟ୍ରେ ପରାସ୍ତ କରିଥିଲେ । ଡବଲ୍ସରେ ଭାରତୀୟ ଯୋଡି ପ୍ରମୋଦ-ମନୋଜ ଚୀନର ଯୋଡି ଚେନ-ଗାଓଙ୍କୁ 21-11,21-7ସେଟ୍ରେ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି ।
2ଟି ସ୍ବର୍ଣ୍ଣ ସହ ବର୍ଷର ପ୍ରଥମ ଟୁର୍ଣ୍ଣାମେଣ୍ଟର ଆରମ୍ଭ କରିଥିବାରୁ ବହୁତ ଖୁସି ବୋଲି ଟ୍ବିଟ କରି ପ୍ରମୋଦ କହିଛନ୍ତି । ଏବେ ତାଙ୍କର ଲକ୍ଷ୍ୟ ଟୋକିଓ ଅଲମ୍ପିକ । ଏଥିସହ ସେ ତାଙ୍କର ସମସ୍ତ ସମର୍ଥକ ଓ ଶୁଭାକାଂକ୍ଷୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏଥିସହ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ କରି କହିଛନ୍ତି ଯେ, ଅଭିନନ୍ଦନ ଓଡିଶାର ଶ୍ରେଷ୍ଠ ପାରା ଖେଳାଳି ପ୍ରମୋଦ । ଭାରତ ତୁମ ପାଇଁ ଗର୍ବିତ ।