ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍ମିଣ୍ଟନ ପାଇଁ ବର୍ଷ ୨୦୨୧ ଥିଲା କିଛି ସଫଳତା ଓ ବିଫଳତାର ବର୍ଷ । ଦ୍ବିତୀୟ ଅଲମ୍ପିକ୍ ପଦକ ଜିତିବା ପରେ ପିଭି ସିନ୍ଧୁଙ୍କ କିମ୍ବଦନ୍ତୀ ଟ୍ୟାଗ୍ ବୃହତ ହୋଇଥିଲା ତ କିଦାମ୍ବୀ ଶ୍ରୀକାନ୍ତ ବିଶ୍ବ ଚାମ୍ପିଅନସିପ୍ରେ ଐତିହାସିକ ରୌପ୍ୟ ପଦକ ଜିତି ପ୍ରଶଂସା ସାଉଁଟିଥିଲେ । ପୁଣି ଲକ୍ଷ ସେନ୍ ବର୍ଷସାରା ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ । ମାତ୍ର ଏକାଧିକ ସମ୍ମାନଜନକ ପ୍ରତିଯୋଗିତାର ଟିମ ଇଭେଣ୍ଟରେ ଭାରତୀୟ ବ୍ୟାଡ୍ମିଣ୍ଟନର ସୂଚୀହୀନ ପ୍ରଦର୍ଶନ ରହିଥିଲା ।
COVID-19 ମହାମାରୀ ଅନ୍ତର୍ଜାତୀୟ କ୍ରୀଡା କ୍ୟାଲେଣ୍ଡ୍ରକୁ ବିଶେଷ ଭାବେ ପ୍ରଭାବିତ କରିଥିଲା । ଫଳରେ ଅନେକ ଇଭେଣ୍ଟ ବାତିଲ ହୋଇଥିଲା କିମ୍ବା ସ୍ଥଗିତ ହେବାପରେ ପୁନଃନିର୍ଦ୍ଧାରିତ ହୋଇଥିଲା । ତେବେ ଗୋଟିଏ ଟାଇଟଲ ବିଜୟ ହାତଛଡା ହୋଇଥିଲେ ମଧ୍ୟ ଭାରତୀୟ ସର୍ଟଲର ସୁଯୋଗର ଭରପୁର ଫାଇଦା ଉଠାଇଥିଲେ ।
ରିଓ ଅଲମ୍ପିକ୍ସରେ ରୌପ୍ୟ ବିଜୟିନୀ ସିନ୍ଧୁ ଦମଦାର ପ୍ରଦର୍ଶନ ଦୋହରାଇବା ସହ ଟୋକିଓରେ କାଂସ୍ୟ ପଦକ ହାତେଇଥିଲେ । ଏଥିସହ ୱାର୍ଲ୍ଡ ଟୁର୍ ଫାଇନାଲରେ ରୋପ୍ୟ ବିଜୟ ସହ ସିଜିନ ଶେଷ କରିଥିଲେ । ଶ୍ରୀକାନ୍ତ ଓ ଲକ୍ଷ ବର୍ଷର ଶେଷ ଭାଗରେ ଜଲୱା ଦେଖାଇବା ସହ ବିଶ୍ବ ଚାମ୍ପିଅନସିପ୍ରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ ।
ଏହା ପ୍ରଥମଥର ଏକ ନିଆରା ଖୁସିର ମୂହୂର୍ତ୍ତ ଥିଲା ଯେ, ଦୁଇଜଣ ଭାରତୀୟ ପୁରୁଷ ଖେଳାଳି ବିଶ୍ବ ଚାମ୍ପିଅନସିପ୍ର ଗୋଟିଏ ସଂସ୍କରଣରୁ ପଦକ ବିଜେତା ହୋଇ ଫେରିଥିଲେ । ଏହାପୂର୍ବରୁ ଏହି କରିସ୍ମା କରିଥିଲେ ସିନ୍ଧୁ ଓ ସାଇନା ନେହୱାଲ । ୨୦୧୭ ଗ୍ଳାସଗୋ ଇଭେଣ୍ଟର ମହିଳା ଏକକ ବର୍ଗରେ ଉଭୟ ଭାରତୀୟ ଷ୍ଟାର ସର୍ଟଲର ପଦକ ବିଜୟିନୀ ହୋଇ ଫେରିଥିଲେ ।
ତେବେ ଡଚ୍ ଓପନର ଫାଇନାଲ ପର୍ଯ୍ୟନ୍ତ ସିନ୍ଧୁ, ଶ୍ରୀକାନ୍ତ କିମ୍ବା ଲକ୍ଷ ପୂର୍ଣ୍ଣ ଦୂରତାକୁ ପହଞ୍ଚିନପାରିବା ଭାରତର ପଦକ ମରୂଡି ଅପେକ୍ଷାକୁ ଲମ୍ବା କରିଥିଲା । ତେବେ ଏହାମଧ୍ୟ ସତ୍ୟ ଯେ, ଅନ୍ତର୍ଜାତୀୟ ଯାତ୍ରା ଓ ଟୁର୍ନାମେଣ୍ଟ ପାଇଁ ଅମୁମତି ପରେ BWF ୧୨ ସପ୍ତାହ ମଧ୍ୟରେ ୯ଟି ଟୁର୍ନାମେଣ୍ଟର ଆୟୋଜନ କରିଥିଲା । ଏହି କାରଣରୁ ଏକାଧିକ ଆହତ ଥିବାରୁ ଅନେକ ଖେଳାଳିଙ୍କ ପାଇଁ ଫାଇଦାମାନ ସାବ୍ୟସ୍ତ ହୋଇନଥିଲା ।
ସିନ୍ଧୁଙ୍କ ଦ୍ବିତୀୟ ଅଲମ୍ପିକ୍ସ ପଦକ:
ବର୍ଷ ୨୦୧୯ରେ ସିନ୍ଧୁ ବିଶ୍ବ ଚାମ୍ପିଅନ ରହିଥିବା ସିନ୍ଧୁଙ୍କୁ ବର୍ଷ ଆରମ୍ଭରେ ଥାଇଲାଣ୍ଡ ଲିଗ୍ରୁ ସଫଳତା ମିଳିନଥିଲା ମାତ୍ର ମାର୍ଚ୍ଚରେ ସେ ସୁଇସ୍ ଓପନ ଫାଇନାଲରେ ପହଞ୍ଚି ନିଜର ଶ୍ରେଷ୍ଠତ୍ବ ପ୍ରମାଣିତ କରିଥିଲେ । ଏହାପରେ କୋରୋନା ଭାଇରସ ୩ଟି ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟକୁ ବାତିଲ କରିବାକୁ ବାଧ୍ୟକରିଥିଲା ।
ଟୋକିଓ ଗେମ୍ସରେ ସ୍ଥାନ ପକ୍କା କରିସାରଥିବା ସିନ୍ଧୁ ରିଓ ରୌପ୍ୟ ପରେ ବିଶ୍ବ କ୍ରୀଡା ମହାକୁମ୍ଭରେ ନିଜର ପଦକ ତାଲିକାରେ ଅଧିକ ଏକ ଅଲମ୍ପିକ୍ କାଂସ୍ୟ ଯୋଡିବା ପରେ ମହାନତମଙ୍କ ମଧ୍ୟରେ ନିଜକୁ ସାମିଲ କରିଥିଲେ ।
ଏହାପରେ ଦୁଇମାସ ବ୍ରେକ୍ ନେଇଥିଲେ ଓ ବ୍ୟାଡ୍ମିଣ୍ଟନ କୋର୍ଟକୁ ଫେରିବା ପରେ ନିରନ୍ତର ପ୍ରଦର୍ଶନ କରିଥିଲେ । ଫ୍ରେଞ୍ଚ୍ ଓପନ, ଇଣ୍ଡୋନେସିଆ ମାଷ୍ଟର୍ସ ଓ ଇଣ୍ଡୋନେସିଆ ଓପନ ତିନୋଟି ମେଗା ଇଭେଣ୍ଟର ସେମିଫାଇନାଲରେ ପହଞ୍ଚିଥିଲେ ।
ପରେ ସିଜିନ ଶେଷରେ ୱାର୍ଲ୍ଡ ଟୁର୍ ଫାଇନାଲରେ ରୌପ୍ୟ ପଦକ ଜିତି ବିଜୟ ନୋଟ୍ରେ ବର୍ଷ ଶେଷ କରିଥିଲେ ।
ଶ୍ରୀକାନ୍ତଙ୍କ ସଂଘର୍ଷ, ବିଶ୍ବ ଚାମ୍ପିଅନସିପ୍ ରୌପ୍ୟ:
ଅନ୍ୟପଟେ ବର୍ଷ ୨୦୧୭ରେ ୫ଟି ଫାଇନାଲରୁ ୪ଟି ଟାଇଟେଲ ବିଜେତା ରହିଥିବା ଶ୍ରୀକାନ୍ତ ନିଜର ଫିଟ୍ନେସ ସମସ୍ୟା ଓ ଖରାପ ଫର୍ମ ପାଇଁ ସଂଘର୍ଷ କରିଥିଲେ । ଫଳରେ ଏକାଧିକ ଆହତ ସମସ୍ୟା ଓ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ବାତିଲ ଯୋଗୁଁ ଟୋକିଓ ଅଲମ୍ପିକ୍ ଟିକେଟ ହାସଲରୁ ବଞ୍ଚିତ ହୋଇଥିଲେ । ୨୦୧୯ ଇଣ୍ଡିଆ ଓପନ ଫାଇନାଲ ପ୍ରବେଶ ପରେ ଚଳିତ ବର୍ଷ କିଛି ସଫଳ ପ୍ରଦର୍ଶନ କରିଥିଲେ ଶ୍ରୀକାନ୍ତ । ବିଶ୍ବ ଚାମ୍ପିଅନସିପ୍ରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ବିଜେତା ହୋଇଥିଲେ ।
ଲକ୍ଷଙ୍କ ଲଢୁଆ ପ୍ରଦର୍ଶନ:
COVID-19 ପୂର୍ବରୁ ବର୍ଷ ୨୦୧୯ଠାରୁ ୫ଟି ଟାଇଟେଲ ଜିତିସାରିଥିବା ଲକ୍ଷ କିନ୍ତୁ ନିଜର ପ୍ରଦର୍ଶନ ବଜାୟ ରଖିବାରେ ସଫଳ ହୋଇନଥିଲେ । ଡଚ୍ ଓପନରେ ଫାଇନାଲରେ ସନ୍ତୁଷ୍ଟ ହୋଇଥିଲେ । ତେବେ ନିଜର ୱାର୍ଲ୍ଡ ଟୁର୍ ଫାଇନାଲ୍ସ ଡେବ୍ୟୁରେ ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚି ଦମ ଦେଖାଇଥିଲେ । ପରେ ବିଶ୍ବ ଚାମ୍ପିଅନସିପ୍ରେ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ ସହ କାଂସ୍ୟ ପଦକ ହାତେଇଥିଲେ । ଏଥିସହ ପ୍ରକାଶ ପାଦୁକୋନ ଓ ବି ସାଇ ପ୍ରଣୀତଙ୍କ ରେକର୍ଡର ସମକକ୍ଷ ହୋଇଥିଲେ ।
ଏହାମଧ୍ୟ ପଢନ୍ତୁ: Cricket Controversy 2021: କ୍ରିକେଟରେ ଛାଇଗଲା ବିବାଦ, ପଦ ପାଇଁ ଫାଟ
ପେଟଜନିତ ରୋଗ ସହ ସଂଘର୍ଷ ଓ COVID ପ୍ରଭାବ ପରେ ସଂଘର୍ଷ ଏଚ୍ଏସ ପ୍ରଣୟ ମଧ୍ୟ ସ୍ପେନ୍ରେ କ୍ବାର୍ଟର-ଫାଇନାଲରେ ପହଞ୍ଚିଥିଲେ । ଅନ୍ୟପଟେ ପୁରୁଷ ଯୁଗଳ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି ଥାଇଲାଣ୍ଡ ଓପନ, ସୁଇସ ଓପନ ଓ ଇଣ୍ଡୋନେସିଆ ଓପନ ସେମିଫାଇନାଲରେ ପହଞ୍ଚିଥିଲେ । ମାତ୍ର ଆହତ ସମସ୍ୟା ଯୋଗୁଁ ଅଧିକ ସଫଳ ହୋଇପାରିନଥିଲେ ଏହି ଯୋଡି ।
ସାଇନାଙ୍କ ଆହତ ସଂଘର୍ଷ:
ଟୋକିଓ ଅଲମ୍ପିକ୍ସରେ ଉଚ୍ଚ ମାନ୍ୟତା ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ୩ଟି ମ୍ୟାଚ୍ରୁ ୨ଟିରେ ବିଜୟୀ ହୋଇଥିଲେ ସୁଦ୍ଧା କ୍ବାର୍ଟର-ଫାଇନାଲରେ ପରାସ୍ତ ହୋଇଥିଲେ । ଆହତ ସମସ୍ୟାରେ ଥିବା ଲଣ୍ଡନ ଅଲମ୍ପିକ୍ସ କାଂସ୍ୟ ପଦକ ବିଜେତା ସାଇନା ନେହୱାଲଙ୍କ ପାଇଁ ବର୍ଷ ୨୦୨୧ କଠିନତମ ବର୍ଷ ରହିଥିଲା । ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ବଞ୍ଚିତ ହୋଇଥିଲେ ସାଇନା । ଏଥିସହ କ୍ୟାରିୟରରେ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନସିପ୍ରୁ ଓହରିବାକୁ ବାଧ୍ୟ ହୋଇଥିଲେ । ପୂର୍ବତନ ବିଶ୍ବ ନମ୍ବର ୧ ସର୍ଟଲର ସାଇନା, ଉବର କପ୍ରେ କୋର୍ଟକୁ ଫେରିଥିଲେ । ମାତ୍ର ମାଂଶପେଶୀରେ ଯନ୍ତ୍ରଣା ଓ ଅନ୍ୟ ଏକାଧିକ ଆହତ କାରଣରୁ ବିଦାୟ ନେଇଥିଲେ ।
ଟିମ ଇଭେଣ୍ଟରେ ଅଲୋଡା ରେକର୍ଡ:
ଏକକ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଟିମ ଇଭେଣ୍ଟରେ ସୁଦୀରମାନ କପ୍, ଥୋମାସ କପ୍ ଓ ଉପର କପ୍ ଫାଇନାଲ୍ସରେ ପ୍ରଦର୍ଶନ ନୈରାଶାଜନକ ରହିଥିଲା । ଷ୍ଟାର ଓ ଅନୁଭବୀ ଖେଳାଳିଙ୍କ ଅନୁପସ୍ଥିତି ଯୋଗୁଁ ସୁଦୀରମାନ କପ୍ରେ ୩ଟି ମ୍ୟାଚ୍ରୁ ଗୋଟିଏ ବିଜୟ ସହ ଶୀଘ୍ର ବିଦାୟ ନେଇଥିଲା ଭାରତ ।
ଥୋମାସ କପ୍ ଓ ଉବର କପ୍ ଫାଇନାଲ୍ସରେ ପୁରୁଷ ଓ ମହିଳା ଟିମ ସାମାନ୍ୟ ଭଲ ପ୍ରଦର୍ଶନ କରିଥିଲେ ମାତ୍ର କ୍ବାର୍ଟର-ଫାଇନାଲରେ ସନ୍ତୁଷ୍ଟ ହୋଇଥିଲେ ।
ଏହାମଧ୍ୟ ପଢନ୍ତୁ: IPL 2022: ଆସନ୍ତାବର୍ଷ ଫେବ୍ରୁଆରୀରେ ମେଗା ନିଲାମ
ଓଡିଆ ସର୍ଟଲର ଋତୁପର୍ଣ୍ଣାଙ୍କ କମାଲ୍:
ତେବେ ଅଦିତି ଭଟ୍ଟ, ମାଳବିକା ବଂଶଦ, ପୁରୁଷ ଯୁଗଳ ଯୋଡି ଧ୍ରୁବ କପିଳ ଓ ଏମଆର ଅର୍ଜୁନ, ଗାୟତ୍ରୀ ଗୋପିଚାନ୍ଦ, ଋତୁପର୍ଣ୍ଣା ପଣ୍ଡା, ତାନିଶା କ୍ରାଷ୍ଟୋ, ତସନିମ ମୀର ଓ ତେରେସା ଜଲି ଏହି ପ୍ରତିଯୋଗିତାରେ ତାରକା ପ୍ରଦର୍ଶନକାରୀ ରହିଥିଲେ । ସେହିପରି ଯୁବ ପ୍ରତିଭାମାନ ସର୍ଟଲର ଅମନ ଫାରୋ ସଞ୍ଜୟ, ରେବତୀ ଦେବାସ୍ତଳେ, ପ୍ରିୟାଂଶୁ ରାଜୱାତ ମଧ୍ୟ ଅନ୍ତର୍ଜାତୀୟ ବିଜୟ ସହ ଭାରତୀୟ ବ୍ୟାଡମିଣ୍ଟନକୁ ଭବିଷ୍ୟତର ବିଜୟ ଆଶା ଦେଇଥିଲେ ।
PTI