ETV Bharat / sports

ପାକିସ୍ତାନୀ ଖେଳାଳିଙ୍କୁ ଭିସା ମନା, ଭାରତରେ ଅଲମ୍ପିକ କ୍ରୀଡା ବନ୍ଦ - IOC

ଦିଲ୍ଲୀରେ ହେବାକୁ ଥିବା ସୁଟିଂ ବିଶ୍ୱକପ ପାଇଁ ପାକିସ୍ତାନର 2 ଜଣ ସୁଟରଙ୍କୁ ଭିସା ମିଳିନଥିଲା । ପୁଲୱାମା ଆଟାକ ପରେ ଏମାନଙ୍କ ଭାରତ ଆସିବା ନେଇ ସନ୍ଦେହ ଥିବାବେଳେ ଏବେ ସେମାନଙ୍କୁ ଭିସା ମିଳିନାହିଁ ।

ପ୍ରତୀକାତ୍ମକ ଫଟୋ
author img

By

Published : Feb 22, 2019, 9:19 PM IST

ନୂଆଦିଲ୍ଲୀ: ମହଙ୍ଗା ପଡିଛି ପାକିସ୍ତାନୀ ଖେଳାଳିଙ୍କୁ ଭିସା ନ ଦେବା । ଭାରତରେ ସମସ୍ତ ପ୍ରକାର ଅଲମ୍ପିକ କ୍ରୀଡାକୁ ବନ୍ଦ କରାଯାଇଛି । ଏପରି ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ଅଲମ୍ପିକ କମିଟି(ଆଇଓସି) ।

ସୂଚନାନୁସାରେ ଦିଲ୍ଲୀରେ ହେବାକୁ ଥିବା ସୁଟିଂ ବିଶ୍ୱକପ ପାଇଁ ପାକିସ୍ତାନର 2 ଜଣ ସୁଟରଙ୍କୁ ଭିସା ମିଳିନଥିଲା । ପୁଲୱାମା ଆଟାକ ପରେ ଏମାନଙ୍କ ଭାରତ ଆସିବା ନେଇ ସନ୍ଦେହ ଥିବାବେଳେ ଏବେ ସେମାନଙ୍କୁ ଭିସା ମିଳିନାହିଁ । ଏହାପରେ ଆଇଓସି ଏହି ନିଷ୍ପତ୍ତି ନେଇଛି । ଏହା ଅନୁସାରେ ଆଗାମୀ ଦିନରେ ଏହା ଭାରତରେ ହେବାକୁ ଥିବା ସମସ୍ତ ଅଲମ୍ପିକ କ୍ରୀଡା ବାତିଲ କରିବାକୁ ଚିନ୍ତା କରୁଛି ବୋଲି ସୂଚନା ଦେଇଛି ।

ଏହାସହ ନୂଆଦିଲ୍ଲୀରେ ହେବାକୁ ଥିବା ପୁରୁଷ 25 ମିଟର ରାପିଡ ଫାୟାର ଇଭେଣ୍ଟର ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ଭାରତରୁ ସ୍ଥାନାନ୍ତର କରିବାକୁ ଆଇଓସି ନିଷ୍ପତ୍ତି ନେଇଛି । ଆଇଓସି କହିଛି ଯେ ଯେପର୍ଯ୍ୟନ୍ତ ଭାରତ ସରକାର ଏହା ଉପରେ ଲିଖିତ ପ୍ରତିଶ୍ରୁତି ନଦେବେ ସେପର୍ଯ୍ୟନ୍ତ ଭାରତରେ କୌଣସି ଅଲମ୍ପିକ ସମ୍ବନ୍ଧୀୟ କ୍ରୀଡା ଆୟୋଜିତ ହେବ ନାହିଁ । ଏହାସହ ଅଲମ୍ପିକ କ୍ରୀଡାରେ ବାଧା ସୃଷ୍ଟି କରୁଥିବାରୁ ଭାରତ ଉପରେ ବର୍ଷିଛି ଆଇଓସି ।

Intro:Body:

ଜଙ୍ଗଲୀ ମଣିଷଙ୍କ ପାଇଁ ଅପହଞ୍ଚ ବିଜୁଳୀ ଆଲୁଅ...

କେନ୍ଦୁଝର: ଗଣତନ୍ତ୍ରର 70 ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ ହିତାଧିକାରୀ । ଏବେ ବି ସେହି କଚ୍ଚା ରାସ୍ତା ଓ ଡିବି ରି ଆଲୁଅରେ ବିତୁଛି ଜଙ୍ଗଲୀ ମଣିଷଙ୍କ ଜୀବନ। ଶିକ୍ଷା, ସ୍ବାସ୍ଥ୍ୟ ଓ ଆଧୁନିକତାର ଚାକଚକ୍ୟ ଏମାନଙ୍କ ପାଇଁ ସାତସପନ ।

ତେବେ ଏହି ଅସୁବିଧାରୁ ବାଦ ପଡିନାହିଁ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା । ଏଠାକାର ଆଦିବାସୀ ଜନଜାତି ମୁଖ୍ୟତଃ ଜଙ୍ଗଲ ମଧ୍ୟରେ ବାସ କରିଥାନ୍ତି । ଜଙ୍ଗଲରେ ରହୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କିଛି ସୁବିଧା ସୁଯୋଗ ଏମାନଙ୍କୁ ଯୋଗାଇ ଦିଆଯାଉଛି ।

ଏହାସହ ସବୁ ଗ୍ରାମକୁ ମାଗଣା ବିଜୁଳି ସଂଯୋଗ ମଧ୍ୟ କରାଯାଉଛି । କିନ୍ତୁ ଏହି ବିଜୁଳି ସଂଯୋଗରୁ ବଞ୍ଚିତ ହେଉଛନ୍ତି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ରାସୋଳ ପଞ୍ଚାୟତର ପାଞ୍ଚୋଟି ଗ୍ରାମର ଗ୍ରାମବାସୀ । 

ସେମାନଙ୍କ କହିବା ଅନୁଯାୟୀ ଏହି ପାଞ୍ଚୋଟି ଗ୍ରାମ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସୁଥିବାରୁ ଜଙ୍ଗଲ ବିଭାଗ ପକ୍ଷରୁ ତାଙ୍କୁ ସୋଲାର ଲାଇଟ ଦିଆଯାଉଛି । ହେଲେ ଏହି ଲାଇଟ ପର୍ଯ୍ୟାପ୍ତ ହେଉନାହିଁ । ତେଣୁ ପିଲାଙ୍କ ଭବିଷ୍ୟତ ଓ ସମସ୍ତଙ୍କ ସୁବିଧା ପାଇଁ ଗ୍ରାମବାସୀମାନେ ବିଜୁଳି କରେଣ୍ଟ ଦାବି କରୁଛନ୍ତି । ଦାବିକୁ ନେଇ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । 

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ନ୍ୟୁଜ

ବାଇଟ-୧-ନାରାୟଣ ପୂର୍ତ୍ତି(ସରପଞ୍ଚ, ରାସୋଳ)

ବାଇଟ୨-ବିରସିଂ ମୁର୍ମୁ(ଜିଲ୍ଲା ପରିଷଦ ସଦସ୍ୟ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.