ମୁମ୍ବାଇ: ଟେଲି ଅଭିନେତା କରନ୍ ମେହେରାଙ୍କ ନାଁରେ ସାଂଘାତିକ ଅଭିଯୋଗ । ପତ୍ନୀଙ୍କୁ ଅତ୍ୟାଚାର କରୁଥିବା ଅଭିଯୋଗ ଆଣିଛନ୍ତି ଖୋଦ୍ ପତ୍ନୀ ନିଶା ରାୱଲ । ଗାଳି ଗୁଲଜ କରିବା ସହ ଧକ୍କା ମାରିଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ । ଅଭିଯୋଗ ପରେ କରନଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ତେବେ ପୋଲିସ ପକ୍ଷରୁ ତାଙ୍କୁ ଜାମିନ୍ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
ତାଙ୍କ ଉପରେ ଆଇପିସି ଧାରା- 336, 337, 332, 504, 506 ଅଧିନରେ ମାମଲା ରୁଜୁ କରାଯାଇଛି । ଲୋକପ୍ରିୟ ଟିଭି ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହେ’ରେ ପପୁଲାର ହୋଇଥିବା କରନ୍ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା । ସେମାନଙ୍କ ମଧ୍ୟରେ ମତଭେଦର ଖବର ଅନେକ ଦିନରୁ ଚର୍ଚ୍ଚାରେ ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ