ETV Bharat / sitara

ଭାରତ-ଚୀନ ବିବାଦ, ଟିକ୍‌ ଟକ୍‌ ଡିଲିଟ କଲେ କରନବୀର

ଛୋଟ ପରଦାର ଲୋକପ୍ରିୟ ଅଭିନେତା କରନବୀର ବର୍ତ୍ତମାନ ଚର୍ଚ୍ଚାରେ । ସେ ଟିକ୍‌ ଟକ୍‌ ଆପ ଡିଲିଟ କରି ଶହୀଦ ହୋଇଥିବା ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନବୀର ବୋହରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନବୀର ବୋହରା
author img

By

Published : Jun 19, 2020, 10:44 PM IST

ମୁମ୍ବାଇ: ସୋମବାର ଗଲୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଙ୍ଘର୍ଷ ଘଟି ୨୦ ଜଣ ଯବାନ ଶହୀଦ ହୋଇଥିଲେ । ଯାହାକୁ ନେଇ ପୁରା ଦେଶ କ୍ରୋଧିତ । ଏବେ ସବୁ ଭାରତୀୟ ଚୀନର ବିରୋଧ କରି ତାର ଉତ୍ପାଦକୁ ବ୍ୟାନ କରିବାକୁ ଦାବି କରୁଛନ୍ତି । ସେହିପରି ବ୍ୟବସାୟ ସଙ୍ଘ ବଲିଉଡ ସେଲିବ୍ରିଟିଙ୍କୁ ଚୀନ ଉତ୍ପାଦର ବିଜ୍ଞାପନ ବନ୍ଦ କରିବାକୁ ଅପିଲ କରିସାରିଛି । ସେପଟେ ଲୋକେ ପପୁଲାର ଚୀନ ଆପ ଟିକ ଟକକୁ ମଧ୍ୟ ନିଜ ଫୋନରୁ ଡିଲିଟ କରିବାରେ ଲାଗିଛନ୍ତି । ଏଥିରୁ ବାଦ ପଡିନାହିଁନ୍ତି ଟିଭି କଳାକାର । ପପୁଲାର ଆକ୍ଟର କରନବୀର ବୋହରା ମଧ୍ୟ ନିଜ ଫୋନରୁ ଟିକ୍‌ ଟକ୍‌ ଆପ ଡିଲିଟ କରିଦେଇଛନ୍ତି ।

ଡିଲିଟ କରିବା ପରେ କରନ ସୋସିଆଲ ମିଡିଆରେ ଏହାର ଏକ ସ୍କ୍ରିନସଟ ସେୟାର କରିଛନ୍ତି । ଏହାସହ କ୍ୟାପସନରେ ଲେଖିଛନ୍ତି, ‘ଆପଣ ଯେଉଁ ପ୍ରେମ ମତେ ଦେଇଥିଲେ ତାହା ପାଇଁ ଧନ୍ୟବାଦ । ହେଲେ ଏହାକୁ ଡିଲିଟ କରିବା ନିହାତି ଆବଶ୍ୟକ ଥିଲା । ଜୟ ହିନ୍ଦ ।’

ସେହିପରି ସେ ଆଉ ଏକ ପୋଷ୍ଟରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଲେଖିଛନ୍ତି, ‘ମୁଁ ଜାଣିଛି ଘରେ ବସି ମୁଁ କିଛି ମଧ୍ୟ କରିପାରିବି ନାହିଁ । ହେଲେ ମୁଁ କେବଳ ପ୍ରାର୍ଥନା କରିପାରିବି ଶହୀଦ ହୋଇଥିବା ଯବାନଙ୍କ ପାଇଁ । ତାଙ୍କ ପରିବାର ପାଇଁ ମୁଁ ଦୁଃଖିତ ।’

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.