ETV Bharat / sitara

ଶ୍ବେତାଙ୍କ ଘରୋଇ ହିଂସା ଅଭିଯୋଗକୁ ଖଣ୍ଡନ କଲେ ସ୍ବାମୀ ଅଭିନବ - ଅଭିନବ କୋହଲିଙ୍କ ଉପରେ ଘରୋଇ ହିଂସା ଅଭିଯୋଗ

ଶ୍ବେତାଙ୍କ ଘରୋଇ ହିଂସା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ସ୍ବାମୀ । କହିଲେ ସେ ପତ୍ନୀଙ୍କୁ କେବେ ହାତ ଉଠାଇ ନାହାଁନ୍ତି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Apr 2, 2021, 1:24 PM IST

ମୁମ୍ବାଇ: ଟିଭିର ଫେମସ ଅଭିନେତ୍ରୀ ଶ୍ବେତା ତିୱାରୀ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଗତ ବର୍ଷ ସେ ଦ୍ବିତୀୟ ସ୍ବାମୀ ଅଭିନବ କୋହଲିଙ୍କ ଠୁ ଅଲଗା ରହିଆସୁଛନ୍ତି । ସେହିପରି ସେ କିଛି ଦିନ ପୂର୍ବେ ଅଭିନବ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏକ ସାକ୍ଷାତକାରରେ ସେ ଘରୋଇ ହିଂସା ବିଷୟରେ ଆଲୋଚନା କରିଥିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହାସହ ତାଙ୍କୁ ଅଭିନବ ଥରେ ଚାପୁଡା ମାରିଥିବା କଥା ସ୍ବୀକାର କରିବା ସହ ତାଙ୍କ ପ୍ରତି ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିବାର ଅଭିଯୋଗ ଲଗାଇଥିଲେ ସେ । ଯାହା ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ଅଭିନବ।

ଏକ ସାକ୍ଷାତକାରରେ ଶ୍ବେତାଙ୍କ ଅଭିଯୋଗ ବିଷୟ ଆଲୋଚନା କରି ଅଭିନବ କହିଛନ୍ତି, ‘ମୁଁ ସେହି ଗୋଟିଏ ଚାପୁଡା ବ୍ୟତୀତ ଶ୍ବେତାଙ୍କୁ କେବେ ବି ହାତ ଉଠେଇନି । ଶ୍ବେତାଙ୍କ ଝିଅ ପଲକ ଘରୁ ବାହାରିଯିବା କଥା କହିବା ପରଠୁ ଆମ ମଧ୍ୟରେ ଅସୁବିଧା ଆରମ୍ଭ ହୋଇଥିଲା। ଏହା ପରେ ସବୁ ଜିନିଷ ଖରାପ ହୋଇଗଲା । ଅକ୍ଟୋବର 2020 ଠାରୁ ମୁଁ ମୋ ପୁଅକୁ ମଧ୍ୟ ଦେଖିନାହିଁ। ଯାହା ମୋ ପାଇଁ ଦୁଃଖଦାୟକ କଥା ।’

ପ୍ରକାଶ ଥାଉକି ଶ୍ବେତାଙ୍କ ପ୍ରଥମ ସ୍ବାମୀ ରାଜାଙ୍କ ଝିଅ ପଲକ । ଯିଏ ନିକଟରେ ଏକ ବିଜ୍ଞାପନ ମାଧ୍ୟମରେ ଅଭିନୟ କ୍ୟରିୟର ଆରମ୍ଭ କରିଛନ୍ତି । ଆଉ ଖୁବଶୀଘ୍ର ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.