ETV Bharat / sitara

ଦ୍ବିତୀୟ ସ୍ବାମୀଙ୍କ ଦୁର୍ବ୍ୟବହାର ଭିଡିଓ ପୋଷ୍ଟ କରି ଚର୍ଚ୍ଚାରେ ଶ୍ବେତା

ଶ୍ବେତା ତିୱାରୀଙ୍କ ଥ୍ରୋବ୍ୟାକ ଭିଡିଓ ଭାଇରାଲ । ଯେଉଁଥିରେ ତାଙ୍କ ସହ ଦୁର୍ବ୍ୟବହାର କରୁଥିବାର ନଜର ଆସୁଛନ୍ତି ସ୍ବାମୀ ଅଭିନବ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 11, 2021, 1:00 PM IST

ମୁମ୍ବାଇ: ଟିଭିର ପପୁଲାର ଅଭିନେତ୍ରୀ ଶ୍ବେତା ତିୱାରୀ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରୁହନ୍ତି । ଦୀର୍ଘ ସମୟରୁ ଦ୍ବିତୀୟ ସ୍ବାମୀ ଅଭିନବ କୋହଲିଙ୍କ ସହ ତାଙ୍କ ଝଗଡା ଲାଗିଆସୁଛି । ଦୁଇଜଣଙ୍କ ଏହି ବିବାଦ ଥମିବାର ନାଁ ନେଉନାହିଁ । ଇତିମଧ୍ୟରେ ସ୍ବାମୀଙ୍କ ଦୁର୍ବ୍ୟବହାରର ଭିଡିଓ ସେୟାର କରି ଚର୍ଚ୍ଚାରେ ପୁଣି ଆସିଛନ୍ତି ଶ୍ବେତା । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ଭିଡିଓ ।

କଥାଟି ହେଲା ଯେ ଅଭିନବ ତାଙ୍କଠୁ ପୁଅକୁ ଛ଼ଡାଇବାକୁ ଚେଷ୍ଟା କରିବା ସହ ଶ୍ବେତାଙ୍କ ଉପରକୁ ହାତ ହଠାଇଥିଲେ । ଯାହା ସିସିଟିଭିରେ କଏଦ ହୋଇଯାଇଥିଲା । ସେପଟେ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରି ସ୍ବାମୀଙ୍କ ରାକ୍ଷସ ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ଶ୍ବେତା । ଭାଇରାଲ ହେଉଥିବା ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘ବର୍ତ୍ତମାନ ସତ ସମସ୍ତଙ୍କ ସାମ୍ନାକୁ ଆସିବାକୁ ଦିଆଯାଉ । ଏହି ଘଟଣା ପରେ ମୋ ପୁଅ ପ୍ରାୟ 2 ମାସ ଭୟଭୀତ ହୋଇପଡିଥିଲା। ଆଜି ବି ସେ ଭୟଭୀତ ଅଛନ୍ତି, ଯେବେ ତାଙ୍କ ପିତା ତାଙ୍କୁ ଭେଟିବାକୁ ଘରକୁ ଆସୁଛନ୍ତି। ମୁଁ ମୋ ପିଲାକୁ ଏହି ମାନସିକ ଆଘାତ ଦେଇ ପାରିବି ନାହିଁ । ତାଙ୍କୁ ଶାନ୍ତ ଏବଂ ଖୁସି ରଖିବା ପାଇଁ ମୁଁ ଚେଷ୍ଟା କରୁଛି । କିନ୍ତୁ ଏହି ବ୍ୟକ୍ତି ଶିଶୁର ମାନସିକ ସ୍ବାସ୍ଥ୍ୟକୁ ଖରାପ କରିବାକୁ ଚେଷ୍ଟା କରୁଛି। ଯଦି ଏହା ଶାରୀରିକ ନିର୍ଯାତନା ନୁହେଁ ତେବେ ଏହାକୁ କଣ କୁହାଯିବ ?’

ପ୍ରକାଶ ଥାଉକି ଏହା ଶ୍ବେତାଙ୍କ ଥ୍ରୋବ୍ୟାକ ଭିଡିଓ । ସମସ୍ତଙ୍କୁ ଅଭିନବଙ୍କ ବାସ୍ତବ ଚେହେରା ଦେଖାଇବା ପାଇଁ ଶ୍ବେତା ଏହାକୁ ଏବେ ସେୟାର କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.