ETV Bharat / sitara

କୋରୋନାକୁ ହରାଇ ଘରକୁ ଫେରିଲେ ଶ୍ରେଣୁ - ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ ଶୁଣାଇଲେ ଟେଲି ଅଭିନେତ୍ରୀ ଶ୍ରେଣୁ

ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ ଶୁଣାଇଲେ ଟେଲି ଅଭିନେତ୍ରୀ ଶ୍ରେଣୁ । ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋରୋନା ସଂକ୍ରମିତ ହୋଇଥିଲେ ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ରେଣୁ ପାରିଖ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ରେଣୁ ପାରିଖ
author img

By

Published : Jul 20, 2020, 8:42 PM IST

ମୁମ୍ବାଇ: ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ରେଣୁ ପାରିଖ ନିକଟରେ କୋରୋନା ପଜିଟିଭ ବାହାରିଥିଲେ। ଯାହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ। କାରଣ କୋରୋନାକୁ ମାତ୍ ଦେଇ ସେ ବିଜୟ ହାସିଲ କରିଛନ୍ତି । ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୋ ଭଲ ବନ୍ଧୁ, ଫ୍ୟାନ୍ସ ଆଉ ଫ୍ୟାମିଲ ମେମ୍ବର୍ସ ଆପଣଙ୍କ ପ୍ରେମ ଆଉ ଆଶିର୍ବାଦ ପାଇଁ ମୁ ସୁସ୍ଥ ହୋଇପାରିଛି। ଯାହାପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ମତେ ଏବେ ହସ୍ପିଟାଲରୁ ଛୁଟି ମିଳିଯାଇଛି। ଘରେ ଏବେଠୁ ମୁଁ ପୁରା ଆଇସୋଲେସନରେ ରହିବି।’

ପ୍ରକାଶ ଥାଉକି ଶ୍ରେଣୁ ଟିଭି ଧାରାବାହିକ ‘ଇଶ୍କବାଜ’ରେ ନଜର ଆସୁଛନ୍ତି । ଯାହାର ସୁଟିଂ ଲକଡାଉନ ପାଇଁ ବନ୍ଦ ଥିଲା । ଶୋର ଆଗାମୀ ଏପିସୋଡ ଦେଖିବାକୁ ଦୀର୍ଘ ସମୟରୁ ବ୍ୟାକୁଳ ଅଛନ୍ତି ଦର୍ଶକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.