ମୁମ୍ବାଇ: ଗତ 1 ତାରିଖରେ ଟିଭିର ଫେମସ ଅଭିନେତ୍ରୀ ତଥା ‘ବିଗବସ 14’ ବିଜେତା ରୁବିନା ଦିଲୈକଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଗତ 17 ଦିନରୁ ସେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ଇତିମଧ୍ୟରେ କୋରୋନା ଅନୁଭୂତି ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ନିଜ ଲକ୍ଷଣ ବିଷୟରେ ।
- " class="align-text-top noRightClick twitterSection" data="">
ସେ ସୋମବାର ନିଜ ୟୁଟ୍ୟୁବ ଚ୍ୟାନେଲରେ ନିଜର ପୁରା ଭିଡିଓ ସେୟାର କରିଥିଲେ । ଯେଉଁଥିରେ ତାଙ୍କ କୋରୋନା ଟେଷ୍ଟଠୁ ନେଇ ସେ ହୋମ କ୍ବାରେଣ୍ଟାଇନ ବିଷୟରେ ଜଣାଇଛନ୍ତି । ଏହାସହ ସେ କୋରୋନାରୁ ସୁରକ୍ଷିତ ରହିବା ପାଇଁ ଯୋଗ ମଧ୍ୟ କରିବା କଥା କହିଛନ୍ତି।
- " class="align-text-top noRightClick twitterSection" data="
">
16 ମିନିଟ୍ର ଏହି ଭିଡିଓରେ ଅଭିନେତ୍ରୀ ‘ଜାନ୍ ହେ ତୋ ଜାହାଁ ହେ’ ଫ୍ୟାନ୍ସଙ୍କୁ ସାହାସ ଯୋଗାଇଛନ୍ତି । ଦେଖନ୍ତୁ ଭିଡିଓ...
- " class="align-text-top noRightClick twitterSection" data="
">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ