ETV Bharat / sitara

ସ୍ବାମୀ ବିବେକଙ୍କ ଜନ୍ମଦିନରେ ଦିବ୍ୟାଙ୍କାଙ୍କ ରୋମାଣ୍ଟିକ ପୋଷ୍ଟ

author img

By

Published : Nov 9, 2020, 12:54 PM IST

ଭାଇରାଲ ହେଲା ବିବେକ ଓ ଦିବ୍ୟାଙ୍କ ନୂଆ ଫଟୋ । ସ୍ବାମୀଙ୍କ ବର୍ଥଡେ ଖାସ୍ ଅନ୍ଦାଜରେ ସେଲିବ୍ରେଟ କଲେ ଦିବ୍ୟାଙ୍କା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିବ୍ୟାଙ୍କା ତ୍ରିପାଠୀ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ପପୁଲାର ଯୋଡି ମଧ୍ୟରେ ସାମିଲ ଅଛନ୍ତି ଦିବ୍ୟାଙ୍କା ତ୍ରିପାଠୀ ଓ ବିବେକ ଦହିଆ । ଦୁଇଜଣ ପରସ୍ପର ପାଇଁ ଏମିତି କିଛି କରନ୍ତି ଯାହା ଫ୍ୟାନ୍ସଙ୍କ ପାଇଁ କପଲ ଗୋଲ୍ସ ସେଟ କରିଦିଏ । ଦୁଇଜଣଙ୍କ ଫ୍ୟାନ୍ସ ସବୁବେଳେ ସୋସିଆଲ ମିଡିଆରେ ସେମାନଙ୍କ ପୋଷ୍ଟ ଦେଖିବାକୁ ବ୍ୟାକୁଳ ଥାଆନ୍ତି । ଏଥର ଦିବ୍ୟାଙ୍କା ସ୍ବାମୀ ବିବେକଙ୍କ ଜନ୍ମଦିନରେ ଖାସ୍ ପୋଷ୍ଟ ସେୟାର କରିଛନ୍ତି । ଯାହା ଫ୍ୟାନ୍ସଙ୍କ ଦ୍ବାରା ଖୁବ୍ ଭାଇରାଲ ହେବାରେ ଲାଗିଛି ।

ରବିବାର ବିବେକ 36 ବର୍ଷରେ ପଦାର୍ପଣ କରିଥିଲେ । ଆଉ ତାଙ୍କ ଜନ୍ମଦିନକୁ ଶାନଦାର କରିବା ପାଇଁ ଦିବ୍ୟାଙ୍କା ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ସେୟାର କରି ଖାସ୍ ଅନ୍ଦାଜରେ ବର୍ଥଡେ ୱିଶ କରିଛନ୍ତି ।

ସେହିପରି ଫଟୋର କ୍ୟାପସନରେ ଲେଖିଛନ୍ତି, ‘ତୁମ ପାଖରେ ବସି ବର୍ଥଡେ କ୍ୟାପସନ ଲେଖିବା ବହୁତ ଆଶ୍ଚର୍ଯ୍ୟକର । କାରଣ ଗତ ରାତି 10ରୁ ମୁଁ ତୁମକୁ ଅନେକ ଥର ଶୁଭେଚ୍ଛା ଜଣାଇସାରିଲେଣି । ହାପି ବର୍ଥଡେ ବିବ । ଏହି ପ୍ଲାଟଫର୍ମରେ ମୁଁ ମୋ ଅନୁଭବ କେବଳ ଏମିତି ପ୍ରକାଶ କରିପାରିବି । ତୁମ ବିନା ମୁଁ ଲକ୍ଷହୀନ ହୋଇ କେଉଁଠାରେ ହଜିଯାଇଥାଆନ୍ତି । ମୁଁ ତୁମକୁ ବହୁତ ଭଲ ପାଉଛି ବିବେକ ।’

ପ୍ରକାଶ ଥାଉକି ଏହି କପଲ ଟିଭିର ଲୋକପ୍ରିୟ ଧାରାବାହିକ ‘ୟେ ହେଁ ମୋହବତେଁ’ରେ ଏକାଠି କାମ କରିଥିଲେ । ସୁଟିଂ ସେଟରେ ହିଁ ପରସ୍ପରର ଭଲ ବନ୍ଧୁ ସାଜିଥିଲେ ଦିବ୍ୟାଙ୍କା ଓ ବିବେକ । ଫ୍ରେଣ୍ଡଶିପର କିଛି ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ଯୋଡି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.