ମୁମ୍ବାଇ: କୋରୋନା ମହାମାରୀ ପାଇଁ ଦେଶର ଅଧିକାଂଶ ମେଡିକାଲରେ ରୋଗୀ ଭର୍ତ୍ତି ହେବାରେ । ଗୋଟିଏ ପଟେ ଏହି ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ଗୋଟିଏ ପଟେ ଅନ୍ୟ ରୋଗରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ଚିକିତ୍ସା ସଠିକ୍ ରୂପେ ହୋଇପାରୁନାହିଁ । ସେହିପରି ସବୁ ମେଡିକାଲରେ ବେଡର ଅଭାବ ମଧ୍ୟ ଦେଖାଦେଲାଣି । ଏହି ମାମଲାରେ ଟେଲି ଜଗତର ଫେମସ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଖାସ୍ ଅପିଲ କରି ଚର୍ଚ୍ଚାରେ ।
-
Will we keep counting depressing numbers in news papers or will someone give him a bed please?
— Divyanka T Dahiya (@Divyanka_T) June 11, 2020 " class="align-text-top noRightClick twitterSection" data="
This one is a desperate tweet. I hope people in need get fair admission to hospital (with or without Covid).#RightToHealthCare #GiveAChanceToSurvive https://t.co/ykKoMH719Z
">Will we keep counting depressing numbers in news papers or will someone give him a bed please?
— Divyanka T Dahiya (@Divyanka_T) June 11, 2020
This one is a desperate tweet. I hope people in need get fair admission to hospital (with or without Covid).#RightToHealthCare #GiveAChanceToSurvive https://t.co/ykKoMH719ZWill we keep counting depressing numbers in news papers or will someone give him a bed please?
— Divyanka T Dahiya (@Divyanka_T) June 11, 2020
This one is a desperate tweet. I hope people in need get fair admission to hospital (with or without Covid).#RightToHealthCare #GiveAChanceToSurvive https://t.co/ykKoMH719Z
କଥାଟି ହେଲା ଯେ ନିକଟରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ନିଜ ବନ୍ଧୁର ପିତାଙ୍କ ପାଇଁ ସାହାଯ୍ୟ ମାଗିଥିଲେ । ଯେଉଁଥିରେ ବନ୍ଧୁର ପିତାଙ୍କ ସ୍ବାସ୍ଥ୍ୟ ଗମ୍ଭୀର ବୋଲି ସେ ଜଣାଇଥିଲେ । ତାଙ୍କର ଏହି ଟ୍ବିଟ ପଢିବା ପରେ ଦିବ୍ୟାଙ୍କା ମେଡିକାଲରେ ହେଉଥିବା ବେଡ ଅଭାବକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ।
ସେ ଟ୍ବିଟରରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ କୌଣସି ବି ରୋଗୀଙ୍କୁ ମେଡିକାଲରେ ବେଡର ଅଭାବ ହେବା କଥା ନୁହେଁ । ଆଉ ଟ୍ବିଟରେ ଲେଖିଥିଲେ, ‘ଆମେ କଣ ଏହି ସମୟରେ କେବଳ ଖବର କାଗଜରେ ନୈରାଶ୍ୟଜନକ ସଂଖ୍ୟା ଦେଖୁଥିବା । କିମ୍ବା ଏହି ରୋଗୀଙ୍କୁ ବେଡ ବି ମିଳିବ । ଏହା ଏହି ସମୟରେ ଆବଶ୍ୟକ ହୋଇଯାଇଛି । ମୁଁ ଆଶା କରୁଛି ଯେ ସବୁ ପ୍ରକାର ରୋଗୀଙ୍କୁ ମେଡିକାଲରେ ଉପଯୁକ୍ତ ଚିକିତ୍ସା ମିଳୁ । ତେବେ ସେ କୋରୋନା ରୋଗୀ ହୁଅନ୍ତୁ କିମ୍ବା ନହୁଅନ୍ତୁ ।’ ବର୍ତ୍ତମାନ ତାଙ୍କର ଏହି ଟ୍ବିଟ ଭାଇରାଲ ହେବାରେ ଲାଗିଛି ।