ETV Bharat / sitara

ହୋଟେଲରୁ ମିଳିଲା ତାମିଲ ଅଭିନେତ୍ରୀ ଚିତ୍ରାଙ୍କ ମୃତଦେହ - ହୋଟେଲ ରୁମରୁ ମିଳିଲା ଟେଲି ଅଭିନେତ୍ରୀ ଚିତ୍ରାଙ୍କ ମୃତଦେହ

ଆଉ ଜଣେ ସେଲିବ୍ରିଟିଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଦୁଃଖି କରିଦେଇଛି । ସନ୍ଦେହଜନକ ଅବସ୍ଥାରେ ଚେନ୍ନାଇର ଏକ ହୋଟେଲ ରୁମରୁ ମିଳିଲା ଟେଲି ଅଭିନେତ୍ରୀ ଚିତ୍ରାଙ୍କ ମୃତଦେହ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Dec 9, 2020, 11:40 AM IST

ଚେନ୍ନାଇ: ଲୋକପ୍ରିୟ ତାମିଲ ଟେଲିଭିଜନ ଅଭିନେତ୍ରୀ ଚିତ୍ରା କାମରାଜ ଆତ୍ମହତ୍ୟା କରିଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବୁଧବାର ଦିନ ଚେନ୍ନାଇର ନାଜରାଥପେଟର ଏକ ହୋଟେଲ ରୁମରେ ‘ପାଣ୍ଡିଆନ୍ ଷ୍ଟୋରେଜ’ ଅଭିନେତ୍ରୀଙ୍କ ମୃତଦେହ ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 29 ବର୍ଷ ହୋଇଥିଲା । ଆତ୍ମହତ୍ୟା କରିଥିବା ନେଇ ସୂଚନା ।

ଖବର ଅନୁଯାୟୀ, ହୋଟେଲ ମ୍ୟାନେଜମେଣ୍ଟ ତରଫରୁ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା ନାଜରାଥପେଟ ପୋଲିସ । ଏହାସହ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।

ଜଣେ ପୋଲିସ ଅଧିକାରି କହିଛନ୍ତି, ‘ସୂଚନାକୁ ଆଧାର କରି ଆମେ ତୁରନ୍ତ ହୋଟେଲରେ ପହଞ୍ଚିଥିଲୁ । ମୃତଦେହ ଉଦ୍ଧାର କରାଯାଇ କିଲପୌକ ସରକାରୀ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ବର୍ତ୍ତମାନ ଆମେ ମୃତ୍ୟୁର କାରଣ ଜାଣିବାକୁ ଯାଞ୍ଚ ଆରମ୍ଭ କରିଦେଇଛୁ ।’

ପ୍ରକାଶ ଥାଉକି ଚିତ୍ରାଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ପାଖାପାଖି 1 ମିଲିୟନରୁ ଅଧିକ ଥିଲେ । ଲୋକପ୍ରିୟ ତାମିଲ ଧାରାବାହିକ ‘ସାରଭାନ ମୀନାକ୍ଷୀ’ ଦ୍ବିତୀୟ ଭାଗରେ ଏକ ଛୋଟ ଭୂମିକା ସହିତ ଖ୍ୟାତି ଲାଭ କରିଥିଲେ ସେ । ତାଙ୍କ ଦେହାନ୍ତ ତାମିଲ ଇଣ୍ଡଷ୍ଟ୍ରିକୁ ଏକ ସକ୍ତ ଧକ୍କା ଦେଇଛି । ତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ବ୍ୟାପିବା ପରେ ସହକର୍ମୀ ଏବଂ ବନ୍ଧୁମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପରିବାର ତଥା ପ୍ରିୟଜନଙ୍କୁ ହୃଦୟରୁ ସମବେଦନା ଜଣାଇଛନ୍ତି ।

ଚିତ୍ରା ଅଗଷ୍ଟ ମାସରେ ଚେନ୍ନାଇ ଜଣେ ବିଜନେସମ୍ୟାନଙ୍କ ସହ ନିର୍ବନ୍ଧ କରିଥିଲେ । ଆଉ ଫ୍ୟାନ୍ସ ତାଙ୍କ ବିବାହ ଦେଖିବାକୁ ଅନାଇ ବସିଥିଲେ । ହେଲେ ଏହାପୂର୍ବରୁ ସେ ସମସ୍ତଙ୍କୁ ଅଲବିଦା କହି ଚାଲିଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.