ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ ଅନେକ ବଡ ବଡ ସେଲିବ୍ରିଟିଙ୍କ ନାଁ ସାମ୍ମନାକୁ ଆସୁଛି । ଏହି ସମୟରେ ଟିଭି ଅଭିନେତ୍ରୀ ଅବିଗେଲ ପାଣ୍ଡେ ଏବଂ ଡ୍ୟାନ୍ସର ସନମ ଜୋହରଙ୍କୁ ଏନସିବି ତଦନ୍ତ ପାଇଁ ଡକାଯାଇଛି ।
ଖବର ଅନୁଯାୟୀ, ଅବିଗେଲ ଏବଂ ସନମଙ୍କ ବିରୋଧରେ ଏନସିବି ଦୃଢ ପ୍ରମାଣ ପାଇଛି । ଆଜି ସକାଳେ ଏନସିବିର ଏକ ଟିମ୍ ଉଭୟଙ୍କ ଘରେ ଚଢାଉ କରିଥିଲେ।
ନଚ ବଲିୟେରେ ଅବିଗେଲ ଏବଂ ସନମ ଦମ୍ପତି ଭାବରେ ନଜର ଆସିଥିଲେ । ଉଭୟ ଶୋ’ର ପ୍ରଥମ ରନର୍ସଅପ୍ ହୋଇଥିଲେ । ଶୋ’ରେ ଉଭୟଙ୍କ କେମେଷ୍ଟ୍ରି ପ୍ରଂଶସକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।
ସନମ ଏବଂ ଅବିଗେଲ ଉଭୟ ଦୀର୍ଘ ସମୟ ଧରି ରିଲେସନସିପରେ ଅଛନ୍ତି ।
ସନମ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ତାଙ୍କ ଡ୍ୟାନ୍ସ ସହିତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ । ଏହା ପରେ ସେ ଅନେକ ଶୋ’ରେ କୋରିଓଗ୍ରାଫି ମଧ୍ୟ କରିଛନ୍ତି ।