ETV Bharat / sitara

ପୌରାଣିକ ଆକ୍ଟିଂ ସହ ଲଭର ବି ବନିଥିଲେ ଲକ୍ଷ୍ମଣ !

ରାମାୟଣରେ ଲକ୍ଷ୍ମଣ ହୋଇଥିବା ସୁନୀଲ ସେ ସମୟରେ ଆଉ 2ଟି ଫିଲ୍ମରେ ମଧ୍ୟ ଆକ୍ଟିଂ କରୁଥିଲେ । ଗୋଟିଏରେ ସେ ରୋମାଣ୍ଟିକ ଲଭର ବୟ ଇମେଜରେ ନଜର ଆସିଥିଲେ । ଅଧିକ ପଢନ୍ତୁ...

ପୌରାଣିକ ଆକ୍ଟିଂ ସହ ଲଭର୍ସ ବି ବନିଥିଲେ ଲକ୍ଷ୍ମଣ !

author img

By

Published : May 25, 2020, 10:28 PM IST

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ରାମାୟଣ ରଚିଥିଲା ବିଶ୍ବରେକର୍ଡ । ଦୀର୍ଘ ଦିନ ଯାଏଁ ସବୁଠାରୁ ଅଧିକ ଦେଖିଥିବା ପୌରାଣିକ ସୋ ଭାବେ ଏହା ଲିମକା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିଲା । ଏଥିରେ ଅଭିନୟ କରିଥିବା ପ୍ରତିଟି କଳାକାରଙ୍କ ଅଭିନୟକୁ ଦର୍ଶକ ଆଜି ଯାଏଁ ମନେ ରଖିଛନ୍ତି । ସମସ୍ତେ ଉଚ୍ଚକୋଟୀର ଅଭିନୟ କରିଥିଲେ ।

ତେବେ ଲକଡାଉନରେ ଏହାର ରିପିଟ ଟେଲିକାଷ୍ଟବେଳେ ପୁଣି ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି । ଏହା ପୁଣିଥରେ ଟିଆରପିରେ ପ୍ରଥମ ସ୍ଥାନରେ ରହିଛି । ତେବେ ଏହାର କଳାକାରଙ୍କ ସମ୍ପର୍କରେ ବିଭିନ୍ନ କଥା ଜାଣିବାକୁ ମିଳୁଛି । ନିକଟରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଖୁଲାସା କରିଛନ୍ତି । ନିଜର 3ଟି କ୍ୟାରେକ୍ଟରର ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ସେ ସମୟରେ ଏକାସାଙ୍ଗରେ 3ଟି ଅଲଗା ଅଲଗା ଭୂମିକାରେ ଆକ୍ଟିଂ କରିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ଥିଲା ।

ପ୍ରକାଶ ଥାଉ କି ରାମାୟଣରେ ଲକ୍ଷ୍ମଣ ହୋଇଥିବା ସୁନୀଲ ସେସମୟରେ ଆଉ 2ଟି ଫିଲ୍ମରେ ମଧ୍ୟ ଆକ୍ଟିଂ କରୁଥିଲେ । ଗୋଟିଏରେ ସେ ରୋମାଣ୍ଟିକ ଲଭର ବୟ ଇମେଜରେ ନଜର ଆସିଥିଲେ ତ ଅନ୍ୟଟିରେ ସିକ୍ୟୁରିଟି ଇନଚାର୍ଜ ରୋଲ ଥିଲା ଯାହା ମଧ୍ୟ ଏକପ୍ରକାର ରୋମାଣ୍ଟିକ କାହାଣୀ ଥିଲା । ଏନେଇ ସେ ସ୍ବର୍ଗତାଃ ସ୍ମିତା ପାଟିଲଙ୍କ ଏକ ଫଟୋ ସେୟାର କରିଥିଲେ । ସ୍ମିତାଙ୍କ ସହ ସେ 1980ରେ ଦି ନକ୍ସଲାଇଟ୍ସରେ ଆକ୍ଟିଂ କରିଥିଲେ । ଫିଲ୍ମଟିର କାହାଣୀ ସହ କୋଆକ୍ଟରଙ୍କୁ ସେ ପ୍ରଶଂସା କରିଥିଲେ । ଏହାସହ ରାମାୟଣରେ ପୌରାଣିକ ଚରିତ୍ର ସହ ଫିଲ୍ମରେ ଲଭର ଭୂମିକାରେ ଚତ୍ମକାର ଆକ୍ଟିଂ କରିଥିବାରୁ ସେ ଦର୍ଶକଙ୍କ ମନ ଜିତିନେଇଥିଲେ ।

ଏଥିପାଇଁ ସୁନୀଲ ସମସ୍ତ ଦର୍ଶକ ଓ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେବା ସହ ଭଗବାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଏପରି ସଫଳତା ପାଇଁ ସେ ସମସ୍ତ ଶ୍ରେୟ ଭଗବାନଙ୍କୁ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମୋଟ 78ଟି ଏପିସୋଡରେ ଏହି ସିରିଏଲ ବନାଇଥିଲେ ରାମାନନ୍ଦ ସାଗର । ବାଲ୍ମିକୀଙ୍କ ରାମାୟଣ ଓ ତୁଳସୀଦାସଙ୍କ ରାମଚରିତମାନସରୁ ଏହାର କାହାଣୀ ପ୍ରେରିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.