ETV Bharat / sitara

ଭାରତୀୟ ବଂଶୋଦ୍ଭବ ଶ୍ରୀ ସାଇନିଙ୍କୁ ମିସ୍ ୱାର୍ଲଡ ଆମେରିକା ଟାଇଟଲ, ଆମେରିକାକୁ କରିବେ ପ୍ରତିନିଧିତ୍ବ

author img

By

Published : Oct 6, 2021, 9:56 AM IST

ଆମେରିକା ୱାଶିଂଟନରେ ରହୁଥିବା ଶ୍ରୀ ସାଇନି ମିସ୍ ୱାର୍ଲଡ ଆମେରିକା ୨୦୨୧ର ଟାଇଟଲ ବିଜୟିନୀ ହୋଇଛନ୍ତି । ପ୍ରଥମ ଭାରତୀୟ-ଆମେରିକୀୟ ଭାବରେ ସେ ଏହି ଟାଇଟଲ ହାତେଇଛନ୍ତି । ଅଧିକ ପଢନ୍ତୁ...

ଶ୍ରୀ ସାଇନି ମିସ୍ ୱାର୍ଡ ଆମେରିକା
ଶ୍ରୀ ସାଇନି ମିସ୍ ୱାର୍ଡ ଆମେରିକା

ୱାଶିଂଟନ: ଆମେରିକା ୱାଶିଂଟନରେ ରହୁଥିବା ଶ୍ରୀ ସାଇନି ମିସ୍ ୱାର୍ଲଡ ଆମେରିକା ୨୦୨୧ର ଟାଇଟଲ ବିଜୟିନୀ ହୋଇଛନ୍ତି । ପ୍ରଥମ ଭାରତୀୟ-ଆମେରିକୀୟ ଭାବରେ ସେ ଏହି ଟାଇଟଲ ହାତେଇଛନ୍ତି । ଏହା ସହିତ ପ୍ରଥମ ଭାରତୀୟ ବଂଶୋଭବ ଭାବେ ସେ ଆମେରିକାକୁ ପ୍ରତିନିଧିତ୍ବ କରିବେ ।

ଲସଏଞ୍ଜେଲେସରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୨୦୧୭ ମିସ ୱାଲର୍ଡ ଡାଏନା ହେଡେନ୍ ଶ୍ରୀ ସାଇନିଙ୍କୁ ମିସ୍ ୱାର୍ଲଡ ଆମେରିକା ମୁକୁଟ ପିନ୍ଧାଇଥିଲେ । ଏ ପର୍ଯ୍ୟନ୍ତ ପହଞ୍ଚିଥିବା ସାଇନିଙ୍କ ସଂଘର୍ଷ କିଛି କମ ନୁହେଁ । ୧୯୯୬ ମସିହା ଜାନିଆରୀ ୬ରେ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ ସାଇନି ।

୫ବର୍ଷ ବୟସରେ ବାପାମାଆଙ୍କ ସହିତ ଆମେରିକା ଆସିଥିଲେ । ହୃଦଘାତ ପାଇଁ ତାଙ୍କୁ ପେସମେକର ଲଗାଇବାକୁ ପଡିଥିଲା । ସଡକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥିଲେ ସାଇନି । ତାଙ୍କ ମୁହଁରେ ଗୁରୁତର ଆଘାତ ଲାଗିଥିଲା ତଥାପି ଏଥିରେ ସେ ହାରି ନଥିଲେ । ସବୁ ଅସୁବିଧାର ସାମ୍ନା କରିଥିଲେ । ମିସ୍ ୱାର୍ଲଡ ଆମେରିକା ଟାଇଟଲ ଜିତିବା ପୂର୍ବରୁ ସେ ଅନେକ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ।

ମିସ୍ ୱାର୍ଲଡ ଆମେରିକା ହେବା ପରେ ସାଇନି କହିଛନ୍ତି ମୁଁ ଖୁସି ହେବା ସହିତ ନର୍ଭସ ଅଛି । ସେ ଏତେ ଖୁସି ଥିଲେ ତାହା ଶଦ୍ଦରେ ପ୍ରକାଶ କରିବା ତାଙ୍କ ପକ୍ଷେ କଷ୍ଟକର ଥିଲା । ସେ ଏହି ସମ୍ମାନ ପାଇଁ ମିସ୍ ୱାର୍ଲଡ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି । ବିଜୟର ଶ୍ରେୟ ତାଙ୍କ ମାଆଙ୍କୁ ଦେଇଛନ୍ତି ସାଇନି । ବର୍ତ୍ତମାନ ସାଇନି ଅନେକ ସମାଜକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.