ETV Bharat / sitara

ସୋସିଆଲ ମିଡିଆରେ ଭାଇରାଲ 'ରାମାୟଣ'ର ଲକ୍ଷ୍ମଣଙ୍କ ପୁରୁଣା ଫଟୋ

author img

By

Published : Apr 17, 2020, 11:42 PM IST

'ରାମାୟଣ'ରେ ଲକ୍ଷ୍ମଣ ଅଭିନୟ ପାଇଁ ପ୍ରସିଦ୍ଧ ଅଭିନେତା ସୁନୀଲ ଲହରିଙ୍କ କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁନୀଲ ଲହରିଙ୍କ ଏହି ସୁନ୍ଦର ଫଟୋ ଦେଖି ଲୋକମାନେ ତାଙ୍କ ସୁନ୍ଦର ଚେହେରାକୁ ପ୍ରଶଂସା କରୁଛନ୍ତି । ଆହୁରି ପଢନ୍ତୁ...

ramayana actor sunil lahri old pics viral
'ରାମାୟଣ'ର ଲକ୍ଷ୍ମଣଙ୍କ ପୁରୁଣା ଫଟୋ ହେଲା ଭାଇରାଲ

ମୁମ୍ବାଇ: ରାମାନନ୍ଦ ସାଗରଙ୍କ କ୍ଲାସିକ ହିଟ 'ରାମାୟଣ'ରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରିଙ୍କ କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୁନୀଲ ଲହରିଙ୍କ ଏହି ସୁନ୍ଦର ଫଟୋ ଦେଖି ଲୋକମାନେ ତାଙ୍କ ସୁନ୍ଦର ଚେହେରାକୁ ପ୍ରଶଂସା କରୁଛନ୍ତି । ଡିଡିରେ ପ୍ରସାରିତ 'ରାମାୟଣ' ଅଭିନୀତ ଲକ୍ଷ୍ମଣ ଚରିତ୍ର ପାଇଁ ସେ ବହୁ ଲୋକପ୍ରିୟତା ହାସଲ କରିଥିଲେ । ଆଉ ଏବେ ତାଙ୍କର ଭାଇରାଲ ହୋଇଥିବା ପୁରୁଣା ଫଟୋ ଗୁଡିକୁ ବହୁ ସଂଖ୍ୟାରେ ଲାଇକ ମିଳିବା ସହ ଅନେକ ମନ୍ତବ୍ୟ ମଧ୍ୟ ଆସୁଛି ।

ସୁନୀଲଙ୍କ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ଭାରତୀୟ ଟେଲିଭିଜନର "ୟାଙ୍ଗ୍ରି ୟଙ୍ଗ ମ୍ୟାନ" ସୁନୀଲ ଲହରି । ଆଉ ଜଣେ ଲେଖିଛନ୍ତି ଯେ, #ଟିଭି ଅଭିନେତା #ସୁନୀଲ ଲହରି #ଟିଭି ସିରିଏଲ #ରାମାୟଣରେ #ଲକ୍ଷ୍ମଣ ଭାବରେ ଜଣାଶୁଣା ।

ସେହିପରି ଜଣେ ମହିଳା ପ୍ରଶଂସକ ଲେଖିଛନ୍ତି ଯେ, ଏହି ଫଟୋରୁ ଜଣାପଡୁଛି ସେଥିପାଇଁ ସୃର୍ପାଣଖା ଲକ୍ଷ୍ମଣଙ୍କୁ ଭଲ ପାଇଯାଇଥିଲେ । ଆଉ ଜଣେ ମହିଳା ପ୍ରଶଂସକ ଲେଖିଛନ୍ତି ଯେ, ମୁଁ ଲକ୍ଷ୍ମଣଙ୍କୁ ବହୁତ ଭଲପାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.