ନୂଆଦିଲ୍ଲୀ: ରିଆଲିଟି ଶୋ ବିଗବସ୍ 14 ରୁ ଲାଇମଲାଇଟ୍ କୁ ଆସିଥିବା ‘ଖତୋରଁ କେ ଖିଲାଡି 11’ର ପ୍ରତିଯୋଗୀ ନିକ୍କି ତମ୍ବୋଲି ଆଜିକାଲି କେପଟାଉନରେ ସୁଟିଂ କରୁଛନ୍ତି ।
କିଛିଦିନ ପୂର୍ବେ ନିକ୍କି କୋରୋନାରେ ତାଙ୍କ ଭାଇଙ୍କୁ ହରାଇଥିଲେ, କିନ୍ତୁ ଏସବୁ ପରେ ମଧ୍ୟ ସେ ନିଜ କ୍ୟାରିୟରକୁ ନେଇ ବହୁତ ସଚେତନ ।
ନିକଟରେ ସେ ଏକତା କପୁରଙ୍କ ଫେମସ ଶୋ ନାଗିନ୍ ରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସେ ଏହି ଶୋ ପାଇଁ ପୁରା ପରଫେକ୍ଟ ।
ନିକ୍କି କହିଛନ୍ତି ଯେ, ଯଦି ମୋତେ ଏକ ଭଲ ଚରିତ୍ରରେ କାମ କରିବାକୁ ଅଫର ଦିଆଯାଏ, ତେବେ ମୋତେ 'ଡେଲି ସୋପ୍ ଡ୍ରାମା' କରିବାରେ କୌଣସି ଆପତ୍ତି ନାହିଁ । ମୁଁ ଅଭିନୟ କରିବାକୁ ବହୁତ ଭଲ ପାଏ ଏବଂ ବର୍ତ୍ତମାନ ମୋର ରିଆଲିଟି ଶୋ ପରେ ମୁଁ ଏହା ଉପରେ ଧ୍ୟାନ ଦେବାକୁ ଚାହୁଁଛି । ମୁଁ OTT ପ୍ଲାଟଫର୍ମରେ କାମ କରିବାକୁ ବହୁତ ଆଗ୍ରହୀ, କିନ୍ତୁ ସେହି ସମୟରେ ମୁଁ ସାଉଥ୍ ଫିଲ୍ମରେ ମଧ୍ୟ କାମ ଜାରି ରଖିବି ।
ଆଗକୁ ନିକ୍କି କହିଛନ୍ତି ଯେ, ମତେ 'ସୁପର ନାଚୁରାଲ୍ ଶୋ' କରିବାରେ ମଧ୍ୟ ମୋର କୌଣସି ଅସୁବିଧା ନାହିଁ । ମୁଁ ଏପରି ଶୋ କରିବାକୁ ଚାହୁଁଛି । ଯଦି ମୋତେ ନାଗିନ ଅଫର୍ ଦିଆଯାଏ, ତେବେ ମୁଁ ଆଖି ବନ୍ଦ କରି ହଁ କହିବି । ମୁଁ ଡ୍ରାମା କରିବାକୁ ପସନ୍ଦ କରେ । ମୁଁ ଭାବୁଛି ନାଗିନ୍ ଶୋ ପାଇଁ ମୁଁ ପୁରା ପରଫେକ୍ଟ । ଏକତାଙ୍କ ସହ କାମ କରିବାକୁ ସମସ୍ତେ ଚାହାଁନ୍ତି । ନାଗିନ୍ ମଧ୍ୟ ଏକ ଲୋକପ୍ରିୟ ଶୋ । ଯଦି ମୁଁ ଏହି ସୁଯୋଗ ପାଏ, ତେବେ ମୁଁ ଏହାକୁ ହାତଛଡ଼ା କରିବି ନାହିଁ ।